ଓଡିଶା

odisha

ETV Bharat / briefs

ନୟାପଲ୍ଲୀ ଅପହରଣ ଘଟଣା: ଚୋରା ଗାଡିରେ ହୋଇଥିଲା ଅପହରଣ - କମିଶନର

ସିସିଟିଭିରେ କଏଦ ହୋଇଛି ବ୍ୟବସାୟୀଙ୍କ ଅପହରଣ ଦୃଶ୍ୟ। ତେବେ ଅପହରଣରେ ବ୍ୟବହୃତ କାରଟି ଚୋରା ଗାଡି ବୋଲି ଜଣା ପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 10, 2019, 8:25 PM IST

ଭୁବନେଶ୍ବର: ନୟାପଲ୍ଲୀ ଅଞ୍ଚଳରୁ ଜଣେ ବ୍ୟବସୟୀଙ୍କୁ ଅପହରଣ କରିଥିଲେ ଦୃର୍ବୁତ୍ତ। ତେବେ ଅପହରଣରେ ବ୍ୟବହାର ହୋଇଥିବା କାରଟି ଚୋରା ଗାଡି ଥିବା ତଦନ୍ତରୁ ଜଣାପଡିଛି । ଏଥିରେ ଏକ ଅଲଗା ନମ୍ୱର ଲଗାଇ ଗାଡିକୁ ବ୍ୟବହାର କରୁଥିବା ସୂଚନା ମିଳିଛି । ଏକ ସ୍ବତନ୍ତ୍ର ଟିମ୍‌ ଦୃର୍ବୁତ୍ତଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଥିବା କହିଛନ୍ତି ପୋଲିସ କମିଶନର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ନୟାପଲ୍ଲୀ ଆଇଆରସି ଭିଲେଜରେ ରହୁଛନ୍ତି ଶିବ ସୁନ୍ଦର ଦାସ। ଶୁକ୍ରବାର ରାତିରେ ଶିବ ସୁନ୍ଦର ଘର ବାହାରେ ଥିବା ନିଜ କାର୍ ଭିତରେ ଶୋଇଥିଲେ। ୬ ଜଣ ଯୁବକ ଏକ ଇନୋଭା କାରରେ ଆସି ଶିବ ସୁନ୍ଦରଙ୍କୁ ଅପହରଣ କରିଥିଲେ। ଅପହରଣ କରି ନେବାବେଳେ ବାଣୀ ବିହାର ଓଭର୍ ବ୍ରିଜ ଉପରେ ଆର୍ଟିଓର ଚେକିଂ ଚାଲିଥିଲା । ତେଣୁ ସେମାନେ କାର ବ୍ରେକ ମାରିବାରୁ ଦୁଇ ଗାଡି ମଧ୍ୟରେ ଧକ୍କା ହୋଇଥିଲା। ଏଥି ସହ ପଛରୁ ଆସୁଥିବା ଏକ ଟ୍ରକ୍ ଦୁଇଟି କାରକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣା ପରେ ଦୃର୍ବୃତ୍ତ ମାନେ ଗାଡି ଛାଡି ଫେରାର ହୋଇଯାଇଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡିକୁ ଶହିଦ ନଗର ଥାନା ପୋଲିସ ଜବତ କରିଛି । ଉକ୍ତ ଗାଡିରୁ 2ଟି ମାଉଜର ମଧ୍ୟ ଜବତ କରିଛି ପୋଲିସ।

ଏହି ଗାଡଟି ଚୋରା ଗାଡି ହୋଇଥିବା ବେଳେ ଗାଡିର ନମ୍ବର ଟିରେ ଭୁଲ୍‌ ନମ୍ବର ଲାଗିଛି । ଗାଡି କାହାର, କେଉଁଠୁ ଆସିଥିଲା ଏନେଇ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ୍‌ । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିିଭି ଭାରତ

ABOUT THE AUTHOR

...view details