ଖୋର୍ଦ୍ଧା: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ନେଇ ଖୋର୍ଦ୍ଧା ଉପଖଣ୍ଡରେ ଲକ୍ଡାଉନ୍ ଅବଧି ବୃଦ୍ଧି କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଲକ୍ଡାଉନ୍ ବଳବତ୍ତର ରହିବ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି । କିନ୍ତୁ ଦିନ 2ରୁ ସକାଳ 6ଟା ପର୍ଯ୍ୟନ୍ତ ଖୋର୍ଦ୍ଧା ଉପଖଣ୍ଡ ସଟଡାଉନ ରହିବ ।
ଖୋର୍ଦ୍ଧା ଉପଖଣ୍ଡରେ ଆସନ୍ତା 30 ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି - ଲକ୍ଡାଉନ୍
ଆସନ୍ତା ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା ଉପଖଣ୍ଡରେ ଲକ୍ଡାଉନ୍ ଅବଧି ବୃଦ୍ଧି କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି । ସକାଳ ୬ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବାବେଳେ ଦିନ 2ରୁ ସକାଳ 6ଟା ପର୍ଯ୍ୟନ୍ତ ଖୋର୍ଦ୍ଧା ଉପଖଣ୍ଡ ସଟଡାଉନ ରହିବ । ଅଧିକ ପଢନ୍ତୁ...
![ଖୋର୍ଦ୍ଧା ଉପଖଣ୍ଡରେ ଆସନ୍ତା 30 ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି ଆସନ୍ତା 30 ପର୍ଯ୍ୟନ୍ତ ଦିନ 2ରୁ ସକାଳ 6 ସଟଡାଉନ ରହିବ ଖୋର୍ଦ୍ଧା ଉପଖଣ୍ଡ](https://etvbharatimages.akamaized.net/etvbharat/prod-images/768-512-12:26-od-kud-collector-dry-od10017-16062020121700-1606f-1592290020-84.jpg)
ଆସନ୍ତା 30 ପର୍ଯ୍ୟନ୍ତ ଦିନ 2ରୁ ସକାଳ 6 ସଟଡାଉନ ରହିବ ଖୋର୍ଦ୍ଧା ଉପଖଣ୍ଡ
ସାଧାରଣ ଲୋକଙ୍କ ମଧ୍ୟରେ କୋରୋନା ସଚେତନତା ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ସୂଚନା ଦେଇଛନ୍ତି। ତେବେ ବିଏମ୍ସିରେ ଏହି ଲକ୍ଡାଉନ୍ ଲାଗୁ କରାଯିବ ନାହିଁ ବୋଲି ଜଣାପଡିଛି । ଏହି ନିୟମ ଉଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ