ଖୋର୍ଦ୍ଧା: କୋରୋନା ମହାମାରୀ ଯୋଗୁଁ ଲକଡାଉନ ଜାରି ରହିଥିବା ବେଳେ ଏହି ସମୟରେ ଘର ପାଖରେ ଲୋକଙ୍କୁ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ପକ୍ଷରୁ ଆଜି ରାଜସ୍ବ ରଥର ଶୁଭାରମ୍ଭ ହୋଇଛି।
ଚିଲିକା ତହସିଲରୁ ଗଡ଼ିଲା ରାଜସ୍ୱ ରଥ - ଚିଲିକା ତହସିଲ
ଆଜିଠୁ ଚିଲିକା ତହସିଲରେ ଗଡିଲା ରାଜସ୍ୱ ରଥ । ତହସିଲଦାରଙ୍କ ତତ୍ତ୍ବାବଧାନରେ ହରିପୁର ପଞ୍ଚାୟତରୁ ଏହାର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ:

revenue Ratha
ସ୍ଥାନୀୟ ତହସିଲଦାର ପୁନମ ମହାପାତ୍ରଙ୍କ ତତ୍ତ୍ବାବଧାନରେ ହରିପୁର ପଞ୍ଚାୟତରୁ ଏହାର ଶୁଭାରମ୍ଭ ହୋଇଛି। ଘରକୁ ଘର ଯାଇ ହିତାଧିକାରୀଙ୍କୁ ଜମି, ଘର ପଟ୍ଟା ଏବଂ ଅନ୍ୟାନ୍ୟ ପ୍ରମାଣପାତ୍ର ପ୍ରଦାନ କରୁଥିବାର ଦେଖାଯାଇଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ