ଓଡିଶା

odisha

ETV Bharat / briefs

ଆସନ୍ତା 5 ଯାଏଁ ପର୍ଯ୍ୟଟକଙ୍କୁ ଚିଲିକା ମନା - FANI

ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆଜିଠାରୁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରହିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : May 1, 2019, 6:49 PM IST

ଖୋର୍ଦ୍ଧା: ସାମୁଦ୍ରିକ ଝଡ଼ ଫନି ପାଇଁ ରାଜ୍ୟ ପ୍ରଶାସନ ପୁରା ଦମରେ ଲାଗିପଡିଥିବା ବେଳେ ବାତ୍ୟା ଫନିରେ ଯେମିତି କାହାର ମୃତ୍ୟୁ ନହୁଏ ତାହାକୁ ମଧ୍ୟ ସୁନିଶ୍ଚିତ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଖୋର୍ଦ୍ଧା

ଭାରତୀୟ ପାଣିପାଗ ବିଭାଗ ସୂଚନା ମୁତାବକ ଆସନ୍ତା 3 ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ ସାମୁଦ୍ରିକ ଝଡ଼ ଫନି । କିନ୍ତୁ ଆଜି ଠାରୁ ଖୋର୍ଦ୍ଧା ଆସନ୍ତା 5 ତାରିଖ ଯାଏଁ ଚିଲିକାରେ ମାଛଧରିବାକୁ ବାରଣ କରିବା ସହ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ବୋଟ ଚିଲିକା ଭିତରକୁ ନଯିବା ପାଇଁ ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ସମ୍ଭାବ୍ୟ ବାତ୍ୟା ଫନିକୁ ଦୃଷ୍ଟିରେ ରଖି ଚିଲିକା ତଟବର୍ତୀ ଅଂଚଳରେ ହାଇଆଲର୍ଟ ଜାରି କରାଯାଇଛି ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details