ଓଡିଶା

odisha

ETV Bharat / briefs

ଗୁଟଖା ବିରୋଧରେ ପାଦେ ଆଗେଇଲା କେନ୍ଦୁଝର ପ୍ରଶାସନ - ଗୁଟଖା

ଗୁଟଖା ବ୍ୟାନ ନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନର ଅଭିଯାନ ଆରମ୍ଭ । ଗୁଟଖା, ପାନ, ସିଗାରେଟ ବିକ୍ରି କରୁଥିବା ଦୋକାନ ମାନଙ୍କରେ ଚଢ଼ାଉ କରି ଜୋରିମନା ଆଦାୟ କରିଛି ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Jul 31, 2019, 8:10 PM IST

କେନ୍ଦୁଝର: ଦିନକୁ ଦିନ ଜିଲ୍ଲାରେ ଗୁଟଖା ବ୍ୟବସାୟ ବୃଦ୍ଧି ପାଉଛି । ଏହା ସାଙ୍ଗକୁ ସିଗାରେଟ, ପାନ ମଧ୍ୟ ବଢି଼ ଚାଲିଛି । ଯାହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏକ ପ୍ରୟାସ ଆରମ୍ଭ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର ସହରର ବିଭିନ୍ନ ପାନ ଦୋକାନରେ ଚଢ଼ାଉ ଆରମ୍ଭ ହୋଇଛି । ଯେଉଁମାନେ ଗୁଟଖା ଓ ଧୂମ୍ରପାନ ଜାତୀୟ ପଦାର୍ଥ ବିକ୍ରି କରୁଛନ୍ତି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ଏହି ଚଢ଼ାଉ ସମୟରେ ଡିପିଏଚଓ, ପୋଲିସ, ଡ୍ରଗ୍ସ ଇନ୍ସପେକ୍ଟରଙ୍କ କର୍ମଚାରୀ ମାନେ ସାମିଲ ଥିଲେ । ଆଗାମୀ ଦିନରେ ସହରରେ ଗୁଟୁଖା ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନ ଗୁଡିକ ଉପରେ ଚଢ଼ାଉ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ଡିପିଏଚଓ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details