ସୁବର୍ଣ୍ଣପୁର: ପେଟ ଚାଖଣ୍ଡକ ପାଇଁ ଖରା ତାତିକୁ ଖାତିର ନକରି କେନ୍ଦୁପତ୍ର ତୋଳାଳିମାନେ ବାହାରି ଯାଆନ୍ତି କେନ୍ଦୁ ପତ୍ର ତୋଳିବା ପାଇଁ । ଦିନତମାମ କେନ୍ଦୁପତ୍ର ତୋଳିବାରେ ବ୍ୟସ୍ତ ଥାଆନ୍ତି ଏମାନେ । ହେଲେ ଦୁର୍ଭାଗ୍ୟର କଥା ସେମାନଙ୍କୁ ପରିଶ୍ରମ ଅନୁଯାୟୀ ମିଳୁନାହିଁ ପାରିଶ୍ରମିକ । ଏହି ଘଟଣାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ସକମା ଗାଁରେ । ସରକାରୀ ଯୋଜନା ରହିଛି ସତ, କିନ୍ତୁ କିଛି ଖଳ ପ୍ରକୃତିର ଲୋକଙ୍କ ପାଇଁ ଯୋଜନା ହେଉଛି ବାଟବଣା ।
2017-18 ଏବଂ 2018-19 ଆର୍ଥିକ ବର୍ଷରେ ଶ୍ରମିକମାନଙ୍କୁ ମିଳିନି ଗୋଛା କାଟିବାର ବି ମୂଲ୍ୟ । ଦୁଇ ବର୍ଷ ତଳେ ମହିଳା ଶ୍ରମଜୀବିମାନେ ବୋହିଥିବା କେନ୍ଦୁପତ୍ରର 15 ଦିନର ମଜୁରୀ ମଧ୍ୟ ପାଇନାହାନ୍ତି । ଏମିତି ସ୍ଥିତିରେ ନିଜର ପ୍ରାପ୍ୟ ପାଇବାକୁ ବାରମ୍ବାର କେନ୍ଦୁପତ୍ର ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ, ଚପରାଶି ଓ ମୁନସି ଆଦିଙ୍କୁ ଗୁହାରୀ କରିଛନ୍ତି ଶ୍ରମଜୀବି । ହେଲେ ସେମାନଙ୍କ କଥା ପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।