କେନ୍ଦ୍ରାପଡା: ପୁଣିଥରେ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି ଗୋଧୋଇଥିବା ଜଣେ ଯୁବକ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ମଣ୍ଡପଡା ଗ୍ରାମର ସଞ୍ଜୟ ପ୍ରଧାନ ଆଜି ପୂର୍ବାହ୍ନ ୧୧ଟା ସମୟରେ ଘର ପାଖରେ ଥିବା ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ନଫେରିବାରୁ ସଞ୍ଜୟଙ୍କୁ କୁମ୍ଭୀର ଟାଣିନେଇଥାଇପାରେ ବୋଲି ଲୋକେ ଆଶଙ୍କା କରୁଛନ୍ତି ।
ଗାଧୋଇବା ବେଳେ ଯୁବକ ନିଖୋଜ; କୁମ୍ଭୀର ଟାଣିନେଇଥିବା ସନ୍ଦେହ ! - MISSING
ଦିନକୁ ଦିନ କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳରେ କୁମ୍ଭୀରଙ୍କ ପ୍ରାର୍ଦୁଭାବ ବଢୁଥିବା ହେତୁ ଲୋକେ କୁମ୍ଭୀର ଭୟରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।
![ଗାଧୋଇବା ବେଳେ ଯୁବକ ନିଖୋଜ; କୁମ୍ଭୀର ଟାଣିନେଇଥିବା ସନ୍ଦେହ !](https://etvbharatimages.akamaized.net/etvbharat/prod-images/768-512-3447944-thumbnail-3x2-kk.jpg)
ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡା
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସଞ୍ଜୟଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ