ଓଡିଶା

odisha

ETV Bharat / briefs

ଯୁବପୀଢିଙ୍କ ପାଇଁ ଉଦାହରଣ ସାଜିଛନ୍ତି କରନାଲର ଦମ୍ପତି

ଛୋଟ ସହରର ଯୁବପିଢିଙ୍କୁ ରୋଜଗାରକ୍ଷମ କରାଇବାରେ ଓ ରୋଗୀଙ୍କ ପାଇଁ ବରଦାନ ସାଜିଛନ୍ତି କରନାଲର ଦମ୍ପତି ।

By

Published : Aug 2, 2019, 12:43 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଚଣ୍ଡିଗଡ: ଷ୍ଟାର୍ଟଅପ ଇଣ୍ଡିଆ ଯୁବ ଭାରତର ଚିତ୍ର ବଦଳାଇଦେଇଛି । ଛୋଟଛୋଟ ସହରର ଯୁବପୀଢିଙ୍କୁ ରୋଜଗାର କ୍ଷମ କରାଇବାରେ କେନ୍ଦ୍ର ସରକାରଙ୍କର ଏହି ଯୋଜନା ଅତି ଫଳପ୍ରଦ ହୋଇଛି । ଆଗାମୀ ଭବିଷ୍ୟତ ଓ ନୂତନ ଟେକନୋଲୋଜିକୁ ଧ୍ୟାନରେ ରଖି ଯୁବକଙ୍କ ସ୍ବପ୍ନ ପୁରା କରିବା ପାଇଁ ତାଙ୍କ ସହରକୁ ଯାଇ ସାହାଯ୍ୟ କରିବା ଏହାର ପ୍ରଥମ ଉଦ୍ଦେଶ୍ୟ । ଯେଉଁଥିପାଇଁ ଛୋଟ ଛୋଟ ସହର ମାନଙ୍କରେ ଇନୋଭେଟିବ ଷ୍ଟାର୍ଟଅପର ସଂଖ୍ୟା ତୀବ୍ର ଗତିରେ ବଢିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହରିୟାଣାର କରନାଲ ଅଞ୍ଚଳରେ କ୍ୟାପ୍ଟେନ ଅନୁଜ ଅନ୍ୟମାନଙ୍କ ପାଇଁ ମିସାଇଲ ସାଜିଛନ୍ତି । ସେ ଏମିତି ଏକ ଆପ୍ଲିକେସନ ତିଆରି କରିଛନ୍ତି ଯେଉଁଥିରେ ସମୟ ନଷ୍ଟ ନକରି ବିଶେଷକଜ୍ଞ ଡାକ୍ତରଙ୍କ ପରାମର୍ଶ ଓ ସେବା ନେଇପାରିବ । କେବଳ ସେତିକି ନୁହେଁ ଲାଇନରେ ମଧ୍ୟ ଠିଆ ନହୋଇ ଡାକ୍ତରଙ୍କ ସହ ଦେଖା ହେବାର ଅନୁମତି ନେଇ ପାରିବ । ଏହି ମେଡିକାଲ ପୋର୍ଟାଲରେ ପାଥୋଲ୍ୟାବର ସୁବିଧା ମଧ୍ୟ ରହିଛି । ଲ୍ୟାବ କର୍ମୀ ଘରକୁ ଆସି ରକ୍ତ ପରୀକ୍ଷା କରିଯାଉଛନ୍ତି । ଏହାଦ୍ବାରା ରୋଗୀ ଓ ବୟସ୍କ ବ୍ୟକ୍ତି ବେଶ ଉପକୃତ ହେଉଛନ୍ତି ।

କ୍ୟାପ୍ଟେନ ଅନୁଜଙ୍କର କହିବାକଥାଯେ, ଏକଦା ସେ ଏମିତି ମେଡିକାଲ ଅସୁବିଧା ଭୋଗି ଥିଲେ । ଯେଉଁଥିପାଇଁ ସେ ଏଭଳି ପଦକ୍ଷେପ ନେବାପାଇଁ ଅଣ୍ଟାଭିଡିଛନ୍ତି । ସେବେଠାରୁ ସେ ଏହି ପୋର୍ଟାଲ ଖୋଲିଛନ୍ତି । ଯାହାଦ୍ବାରା ଅନେକ ଲୋକ ଏହି ସୁବିଧା ଉପଭୋଗ କରୁଛନ୍ତି । ସେ ଆହୁରୀ କହିଛନ୍ତି ତାଙ୍କର ଏହି କାମରେ ଯୁବ ଷ୍ଟାର୍ଟଅପ ଯୋଜନାର ବଡ ଯୋଗଦାନ ରହିଛି । ଯହାଫଳରେ ବର୍ତ୍ତମାନ ସମୟରେ ସହର ଠାରୁ ଆରମ୍ଭ କରି ଗାଁ ମାନଙ୍କରେ ଏହା ବେଶ କାର୍ଯ୍ୟକ୍ଷମ ହେଉଛି ।

ABOUT THE AUTHOR

...view details