ଓଡିଶା

odisha

ETV Bharat / briefs

ଲୁପ୍ତପ୍ରାୟ କୋରାପୁଟର ଜୈବ ବିବିଧତା - MEDICENE PLANTION

ଲୋପ ପାଇବାରେ ଲାଗିଛି କୋରାପୁଟର ଜୈବ ବିବିଧତା । ଆଜି ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଅବସରରେ ସେ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : May 22, 2019, 11:43 PM IST

କୋରାପୁଟ: ସମଗ୍ର ରାଜ୍ୟରେ ପ୍ରକୃତିର ସମ୍ଭାରରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲାର ଜୈବ ବିିବିଧତା ଏବେ ବିପଦରେ । ଏହି ଅଞ୍ଚଳରେ ଅନେକ ଲୁକ୍ତପ୍ରାୟ ଔଷଧୀୟ ବୃକ୍ଷ ସହ ବିଭିନ୍ନ ପ୍ରଜାତିର ବିରଳ ବୃକ୍ଷ ସମ୍ପଦ ଅଛି । ତେବେ ବଣ ପାହାଡ ଘେରାରେ ଏବେ ପୋଡ ଚାଷ ପାଇଁ ନିଆଁ ଲାଗିଥିବାରୁ ଏହି ସବୁ ବିରଳ ଅମୂଲ୍ୟ ସମ୍ପଦ ଏବେ ବିପଦରେ ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଅଞ୍ଚଳରେ ବ୍ୟାପକ ଔଷଧୀୟ ବୃକ୍ଷ ରହିଥିବାବେଳେ ଅନେକ ପ୍ରକାରର ପଶୁ ପକ୍ଷୀ ଏଠାରେ ବସବାସ କରନ୍ତି । ଏବେ ଏହିସବୁ ବିପଦରେ ଥିବା ଆଶଙ୍କା କରୁଛନ୍ତି ପରିବେଶବିତ ସମେତ ଏହି ବଣ ଜଙ୍ଗଲରେ ନିର୍ଭର କରି ପେଟ ପୋଷୁଥିବା ବିଭିନ୍ନ ଲୋକ ।

ଆଜି ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଅବସରରେ ଜୟପୁର ଠାରେ ସ୍ୱାମୀନାଥନ ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏକ କର୍ମଶାଳାରେ ଏନେଇ ଆଲୋଚାନା ହୋଇଥିଲା । ଏହି କର୍ମଶାଳାରେ ବହୁ ଚାଷୀଙ୍କ ସମେତ ବିଶେଷଜ୍ଞଙ୍କମାନେ ଉପସ୍ଥିତ ରହି ବଣ ଜଙ୍ଗଲ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଆୟୋଜିତ ପାରମ୍ପରିକ ବିହନ ଓ ଜଙ୍ଗଲଜାତ ଦ୍ରବ୍ୟର ପ୍ରଦର୍ଶନୀ ସମସ୍ତଙ୍କ ମନ ଲୋଭିଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details