ଓଡିଶା

odisha

ETV Bharat / briefs

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ରାପର୍ କାନ୍ୟେ ୱେଷ୍ଟ

ଚଳିତ ବର୍ଷ ଶେଷରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଜୋ ବିଡେନ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦବୀ ପାଇଁ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ଖବର ଆସୁଛି ଯେ ରାପର୍ କାନ୍ୟେ ୱେଷ୍ଟ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି।

ଆମେରିକା ରାଷ୍ଟ୍ରପତି ନିର୍ବାଚନ
ଆମେରିକା ରାଷ୍ଟ୍ରପତି ନିର୍ବାଚନ

By

Published : Jul 5, 2020, 3:39 PM IST

ୱାସିଂଟନ: ଚଳିତ ବର୍ଷ ଶେଷରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଜୋ ବିଡେନ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦବୀ ପାଇଁ ମୁହାଁମୁହିଁ ହୋଇଛନ୍ତି। ତେବେ ରାପର୍ କାନ୍ୟେ ୱେଷ୍ଟ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ସେ ସୋସିଆଲ ମିଡିଆରେ ଏକ ବଡ ଘୋଷଣା କରିଛନ୍ତି।

ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​ସେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଟ୍ବିଟ ମାଧ୍ୟମରେ କାନ୍ୟେ ୱେଷ୍ଟ ଘୋଷଣା କରିଛନ୍ତି। କାନ୍ୟେ ୱେଷ୍ଟଙ୍କ ଏହି ଘୋଷଣା ସୋସିଆଲ ମିଡିଆରେ ଟ୍ରେଣ୍ଡ ହୋଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା କାନ୍ୟେ ୱେଷ୍ଟଙ୍କ ​​ପ୍ରତିଦ୍ବନ୍ଦ୍ବିତା କରିବା ଆଶ୍ଚର୍ଯ୍ୟଜନକ ।

ତେବେ କାନ୍ୟେଙ୍କ ଏହି ନିଷ୍ପତ୍ତିରେ ତାଙ୍କ ଫ୍ୟାନ୍ସ ସମର୍ଥନ ଜଣାଇଛନ୍ତି । ଟେଲସା କମ୍ପାନୀର ମୁଖ୍ୟକାର୍ଯ୍ୟନିର୍ବାହୀ ଏଲୋନ ମୁସ୍କ କାନ୍ୟେଙ୍କୁ ସମର୍ଥନ କରିଛନ୍ତି । ଆଶ୍ଚର୍ଯ୍ୟର କଥା, କାନ୍ୟେ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ହେବାକୁ ଇଚ୍ଛା ପ୍ରକାଶ କରିଥିଲେ କିନ୍ତୁ ପରେ ସେ 2024 ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବର୍ତ୍ତମାନ ଟ୍ବିଟ୍ ଜରିଆରେ କହିଛନ୍ତି ଯେ ସେ 2020 ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି ।

ବର୍ତ୍ତମାନ କାନ୍ୟେଙ୍କ ରାଜନୀତିରେ କେତେ ବୁଝାମଣା ଅଛି ତାହା କହିବା କଷ୍ଟକର କିନ୍ତୁ ସେ ଅନେକ ଥର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ସେ ତାଙ୍କ ପତ୍ନୀ କିମ କାର୍ଡାଶିଆନଙ୍କ ସହ ହ୍ବାଇଟ ହାଉସକୁ ଯିବାର ସୁଯୋଗ ମଧ୍ୟ ପାଇଥିଲେ।

ABOUT THE AUTHOR

...view details