ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଓଏସଡି ଏବଂ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । କମଲନାଥଙ୍କ ଓଏସଜି (ବିଶେଷ କାର୍ଯ୍ୟାଧିକାରୀ) ପ୍ରବୀଣ କକ୍କଡ଼ ଏବଂ କମଲନାଥଙ୍କ କିଛି ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ଏହି ଚଢାଉରେ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ ହେବାର ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ ଏହି ଚଢାଉ ଜାରି ରହିଥିବା ସୂଚନା ରହିଛି। ସେପଟେ ଏହି ମାମଲାରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରିବାର ସୂଚନା ମିଳିନାହିଁ।
କମଲନାଥଙ୍କ ଘରେ 30 ଘଣ୍ଟା ଧରି ଚଢାଉ ଜାରି - congress
କମଲନାଥଙ୍କ ଓଏସଜି (ବିଶେଷ କାର୍ଯ୍ୟାଧିକାରୀ) ପ୍ରବୀଣ କକ୍କଡ଼ ଏବଂ କମଲନାଥଙ୍କ କିଛି ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ଏହି ଚଢାଉରେ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ ହେବାର ସୂଚନା ମିଳିଛି।
ସୂଚନା ଅନୁସାରେ ଦିଲ୍ଲୀରୁ ଆୟକର ବିଭାଗର ଏକ ଟିମ ଭୋପାଳ ଏବଂ ଇନ୍ଦୋରରେ ଏକା ସହ ଚଢାଉ ଆରମ୍ଭ କରିଥିଲା। ଆୟକର ବିଭାଗର ଏକ ଟିମ ଭୋପାଳର ପ୍ଲାଟିନମ ପ୍ଲାଜା ବିଲ୍ଡିଂର ପ୍ରଥମ ମହଲାରେ ଚଢାଉ କରିଥିଲା । ଯାହାକି ପ୍ରବୀଣ କକ୍କଡଙ୍କ ବାସଗୃହ। ଅନ୍ୟପଟେ ଇନ୍ଦୋରର ଯୋଜନା 74ର ଆବାସ, ବିଜୟନଗରସ୍ଥିତ କାର୍ଯ୍ୟାଳୟ, ଡିସିଏମ ହାଇଟ୍ସର କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢାଉ କରାଯାଇଛି।
କକ୍କଡ ରାଜ୍ୟ ପୋଲିସ ସେବାର ପୂର୍ବ ଅଧିକାରୀ। ସେ ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ କାନ୍ତିଲାଲଙ୍କ ଭୁରିୟାଙ୍କର ମଧ୍ୟ ଓଏସଡି ଥିଲେ। ତେବେ ଆୟକର ବିଭାଗ ରବିବାରଠାରୁ ଏପର୍ଯ୍ୟନ୍ତ ଚଢାଉ ଜାରି ରଖିଛନ୍ତି। ପ୍ଲାଟିନମ ପ୍ଲାଜା ବିଲ୍ଡିଂ ତଳେ ବହୁମୂଲ୍ୟ ଯାନବାହାନ ମିଳିଛି। ଉକ୍ତ ବିଲ୍ଡିଂରେ ବାସ କରୁଥିବା ପ୍ରତିକ ଜୋଶୀଙ୍କ ଘର ମଧ୍ୟ ପୋଲିସ ଛାପା ମାରିଛି।