ଓଡିଶା

odisha

ETV Bharat / briefs

ଟମକା ହତ୍ୟାକାଣ୍ଡ ପର୍ଦ୍ଦାଫାଶ; 2 ଅଭିଯୁକ୍ତ ଗିରଫ - JANINDAPALI

ଯାଜପୁର ଜନିନ୍ଦାପାଳ ମର୍ଡର ଘଟଣାର ପର୍ଦ୍ଦାଫାଶ । ବ୍ୟବସାୟିକ କାରଣ ପାଇଁ ହୋଇଥିଲା ଯୋଜନାବଦ୍ଧ ହତ୍ୟାକାଣ୍ଡ । ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଜଣେ ଫେରାର ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Jun 9, 2019, 9:48 PM IST

ଯାଜପୁର: ଗତ ତିନିଦିନ ତଳେ ଯାଜପୁର ଟମକା ଥାନା ଜନିନ୍ଦାପାଳ ଅଞ୍ଚଳରେ ଘଟିଥିବା ଏକ ଯୋଜନବଦ୍ଧ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ଯାଜପୁର କଳିଙ୍ଗ ନଗର ପୋଲିସ । ସୂଚନା ମୁତାବକ ନିରଞ୍ଜନ ସାହୁ ନାମକ ଜଣେ ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା କରିଥିଲେ । ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ ଜନିନ୍ଦାପାଳର ସଂଗ୍ରାମ ମଲ୍ଲିକ ଓ ତାର ଜଣେ ସହଯୋଗୀକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଦୁଇଟି ଛୁରୀ, ଗୋଟିଏ ବୁଲେଟ ଗାଡି 9 ଗୋଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ଯାଜପୁର

ଆଜି କଳିଙ୍ଗ ନଗର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସି ରାଜ କିଶୋର ଦୋରା ଘଟଣା ସଂପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଏହି ହତ୍ୟା ଘଟଣାରେ ପୂର୍ବ ବ୍ୟବସାୟିକ ଶତୃତାକୁ କେନ୍ଦ୍ରକରି ଦୁଇଜଣ ସହଯୋଗୀଙ୍କ ସହାୟତାରେ ନିରଞ୍ଜନଙ୍କୁ ହତ୍ୟା କରିଥିଲେ ସଂଗ୍ରାମ । ଏହାସହ ପୋଲିସ ଆହୁରି କହିଛି ଯେ ନିରଞ୍ଜନ ଓ ସଂଗ୍ରାମ ପୂର୍ବରୁ ମିଶି ମିଳିତ ଭାବେ ବ୍ୟବସାୟ କରୁଥିଲେ । ଏହି ବ୍ୟାବସାୟରୁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ତେବେ ଗତ 6 ତାରିଖ ଦିନ ସଂଗ୍ରାମ ନିରଞ୍ଜନଙ୍କୁ କୌଣସି ମତେ ଘରୁକୁ ଡାକିନେଇ ପ୍ରଚୁର ମଦ ପିଆଇଥିଲେ । ଏହାପରେ ତାଙ୍କ ସହଯୋଗୀଙ୍କ ସହ ମିଶି ନିରଞ୍ଜନଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକ କରି ଧରିବାରେ ସକ୍ଷମ ହୋଇଛି ।


ତେବେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି । ତାକୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details