ଓଡିଶା

odisha

ETV Bharat / briefs

ପାରିବାରିକ ହିଂସାର କରୁଣ ପରିଣତି: ଯୁବକଙ୍କୁ ହତ୍ୟା ଅଭିଯୋଗ !

ଜଣେ ମାନସିକ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବାପା ମାଆ ଅଟକ ଥିବାବେଳେ ଭାଇ ଭାଉଜ ଫେରାର ହୋଇଯାଇଛନ୍ତି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ରିପୋର୍ଟକୁ ଏବେ ଅପେକ୍ଷା ।

By

Published : Jun 29, 2019, 9:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଦିନକୁ ଦିନ ପାରିବାରିକ ହିଂସା ଏମିତି ବୃ୍ଦ୍ଧି ପାଇବାରେ ଲାଗିଛି ଯେ, କେଉଁଠି ପରିବାର ଉଜୁଡି ଯାଉଛି ତ କେଉଁଠି ଛୋଟ ଛୋଟ ଶିଶୁ ବାପା ମାଆ ଛେଉଣ୍ଡ ହୋଇଯାଉଛନ୍ତି । ଏମିତି ଏକ ଦୁଃଖଦ ପାରିବାରିକ ହିଂସା ଘଟିଛି ଯାଜପୁର ରୋଡ ଥାନା ତଥା ଦାନଗଦି ବ୍ଲକ ଅନ୍ତର୍ଗତ ନୂଆଗାଁରେ । ପାରିବାରିକ ହିଂସାର ପରିଣତି ସ୍ବରୂପ ଘର ଅଗଣାରୁ ଭେଣ୍ଡିଆ ପୁଅର ମୃତଦେହ ଉଦ୍ଧାର କରିଛି ପୋଲିସ । ହତ୍ୟା ସନ୍ଦେହରେ ମୃତ ପୁଅର ବାପା ଓ ମାଆକୁ ଥାନାରେ ଅଟକ ରଖିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ପୋଲିସ ମୃତଦେହ ନିକଟରୁ ଜବତ କରିଛି ଏକ ରକ୍ତଭିଜା ଇଟା ଓ କିଛି କୀଟନାଶକ ଔଷଧ ବୋତଲ । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ମୃତ ଯୁବକଙ୍କ ନାଁ ନରେନ୍ଦ୍ର ସାହୁ, ସେ ମାନସିକ ବିକାରଗ୍ରସ୍ତ ଥିବା ଗ୍ରାମବାସୀ ମାନେ କହିଛନ୍ତି ।

ତେବେ ଗତକାଲି ପୁଅର ଦୌରାତ୍ମ୍ୟ ସହିନପାରି ପରିବାର ଲୋକେ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ପରେ ନରେନ୍ଦ୍ରଙ୍କୁ ଦାନଗଦି ଡାକ୍ତରଖାନାରେ ମଧ୍ୟ ଚିକିତ୍ସା କରାଇ ଘରକୁ ଆଣିଥିଲେ ।

କିନ୍ତୁ ଆଜି ସକାଳୁ ଘର ଅଗଣାରୁ ନରେନ୍ଦ୍ରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରୁ ପୋଲିସ ଏକ ରକ୍ତଭିଜା ଇଟା ଓ କିଛି କୀଟନାଶକ ଔଷଧ ବୋତଲ ଉଦ୍ଧାର କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details