ନୂଆଦିଲ୍ଲୀ: ବିବାଦ ଘେରରେ ଘେରି ହୋଇଛନ୍ତି ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ । ତାଙ୍କର ଏକ ବୟାନ ତାଙ୍କୁ ବିବାଦ ଘେରକୁ ଟାଣି ଆଣିଛି । ସେ କହିଛନ୍ତି ରାମାୟଣ ଏବଂ ମହାଭାରତରେ ମଧ୍ୟ ହିଂସାର ଚିତ୍ର ଦେଖିବାକୁ ମିଳିଥିଲା । କିନ୍ତୁ ଲୋକେ ତାହାକୁ କେବଳ ଏକ ମହାନ କାର୍ଯ୍ୟ କହି ବିବେଚନା କରିଛନ୍ତି । ଏହାଛଡା ସେ କହିଛନ୍ତି ଏହା କହିବା ଭୁଲ ହେବ ଯେ, ହିନ୍ଦୁମାନେ ହିଂସାତ୍ମକ ନୁହଁନ୍ତି ।
ହିନ୍ଦୁମାନେ ମଧ୍ୟ ହିଂସାତ୍ମକ: ସୀତାରାମ ୟେଚୁରୀ - bad
ହିନ୍ଦୁମାନେ ମଧ୍ୟ ହିଂସାତ୍ମକ ଅଟନ୍ତି । ଏପରି ଏକ ବିବାଦୀୟ ବୟାନ ଦେଇ ବିବାଦ ଘେରକୁ ଟାଣି ହୋଇଛନ୍ତି ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ ।
ଫାଇଲ ଫଟୋ
ତେବେ ଏହା ପୂର୍ବରୁ ମଧ୍ୟ ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ ସାଧ୍ବୀ ପ୍ରଜ୍ଞାଙ୍କୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ମୋଦି ସରକାର ସାଧ୍ବୀଙ୍କୁ ହିନ୍ଦୁ ଭୋଟ ହାତେଇବା ପାଇଁ ତାଙ୍କୁ ମଇଦାନକୁ ଓହ୍ଲାଇଛନ୍ତି ।
ଏଥିସହ ସେ କହିଥିଲେ ଚଳିତ ନିର୍ବାଚନରେ ବିଜେପିକୁ 50 ପ୍ରତିଶତ ଭୋଟ ମିଳିବାର ସମ୍ଭାବନା ନାହିଁ । ତେଣୁ ହିନ୍ଦୁ ଭୋଟରଙ୍କୁ ହାତେଇବା ପାଇଁ ବିଜେପି ଆପ୍ରାଣ ଚେଷ୍ଟା ଚଳାଇଛି ।