ଓଡିଶା

odisha

ETV Bharat / briefs

ଆଇଟି ଇଞ୍ଜିନିୟରରୁ ଦହି ଦୋକାନି; ରାଜଧାନୀବାସୀଙ୍କ ମନ କିଣୁଛି ମାଟିହାଣ୍ଡି ଦହି

ନିଶା ହାତ ତିଆରି ଖାଦ୍ୟର ଟେଷ୍ଟ ଲୋକଙ୍କୁ ଚଖେଇବା । ଆଉ ସେ ନିଶା ହିଁ ଜୟମଣିଙ୍କୁ ଆଇଟି ଇଞ୍ଜିନିୟର ଚାକିରିରୁ ଆଣି ଦୋକାନୀ ସଜେଇ ଦେଇଛି । ଆଉ ଏବେ ବ୍ୟବସାୟ ବି ପୁରା ଜମୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jun 4, 2019, 5:25 PM IST

ଭୁବନେଶ୍ବର: ଶିକ୍ଷାଗତ ଯୋଗ୍ୟତା ଆଇଟି ଇଞ୍ଜିନିୟର । ପେଷା କିନ୍ତୁ ହାତ ତିଆରି ଦହି ବିକ୍ରି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । କିନ୍ତୁ ଏହା ସତ । ଭୁବନେଶ୍ୱର ପ୍ରଗତି ବିହାର ବାସିନ୍ଦା 33 ବର୍ଷୀୟ ଜୟମଣି ଦାଶଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ଏଭଳି କିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦିନେ ବିଜ୍ଞାନ ଛାତ୍ରଥିଲେ । ଦିଲ୍ଲୀ ସ୍ଥିତ ଗାନ୍ଧୀ ୟୁନିଭରସିଟିରେ ଇଂଜିନିୟରିଂ ପଢିଛନ୍ତି । ଗୁରଗାଓଁ ଭଳି ଜଗାରେ ଆଇଟି ଇଂଜିନିୟର ଭାବରେ ଚାକିରୀ କରୁଥିଲେ। ହେଲେ କିଛି ନିଜେ କରିବାର ଆଶା ତାଙ୍କୁ ପୁଣିଥରେ ଓଡିଶାକୁ ଫେରାଇ ଆଣିଥିଲା । ପ୍ରଥମେ ସାଇକେଲ ଆଉ ଏବେ ଗାଡିରେ ନିଜ ହାତରେ ପ୍ରସ୍ତୁତ ଦହି ବିକ୍ରିକରି ବେଶ ଦୁଇପଇସା ରୋଜଗାର କରୁଛନ୍ତି ଜୟମଣି ।

MUD-POT DAHI । ସ୍ମାର୍ଟସିଟିରେ ଏବେ ଏହା ସଭିଙ୍କ ପ୍ରିୟ । ରସାୟନିକ ପଦାର୍ଥ ବ୍ୟବହାର ବିନା ପୁରୁଣା କାଳିଆ ପଦ୍ଧତିରେ ଏହାକୁ ପ୍ରସ୍ତୁତ କରନ୍ତି ଜୟମଣି । ଆହୁରି ମଧ୍ୟ ଲସି, ରାଵିଡ଼ି, ଛେନା ମୁଡିକି ଇତ୍ୟାଦି ନିଜ ହାତରେ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଆଉ ତାଙ୍କ ଦୋକାନରେ ଏବେ ଗ୍ରାହକଙ୍କ ପ୍ରବଳ ଭିଡ । ଯିଏ ଆସୁଛି, ସେ ହିଁ ବଖାଣୁଛି MUD-POT DAHIର ଟେଷ୍ଟ ।

ଆଗକୁ ଏକ ବଡ ଡାଏରି ଫାର୍ମ କରିବାକୁ ଲକ୍ଷ୍ୟ ରଖିଛନ୍ତି ଜୟମଣି । ବର୍ତ୍ତମାନ ସମାଜରେ ପାଠସାଠ ପଢି ବୁଲୁଥିବା ହଜାର ହଜାର ଯୁବକ ଯୁବତୀଙ୍କ ପାଇଁ ଜୟମଣି ନିଶ୍ଚୟ ଏକ ପ୍ରରଣାର ସ୍ରୋତ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details