ଓଡିଶା

odisha

ETV Bharat / briefs

ଓଡିଶାକୁ ଆସୁଛି ରିଲିଫ

'ଫନି' ପ୍ରଭାବିତଙ୍କ ପାଇଁ ଆସୁଛି ରିଲିଫ ସାମଗ୍ରୀ । ବାୟୁସେନାର ହେଲିକପ୍ଟର ରିଲିଫ ନେଇ ଭୁବନେଶ୍ବର ଅଭିମୁଖେ ଆସୁଛନ୍ତି ।

By

Published : May 5, 2019, 12:41 AM IST

ଫାଇଲ ଫଟୋ

ଭୁବନେଶ୍ବର: ସାମୁଦ୍ରିକ ଝଡ 'ଫନି'ରେ ପୁରୀ ସମେତ ରାଜ୍ୟ ରାଜଧାନୀ ଭୁବନେଶ୍ବର ଓ ପୁରା ଉପକୂଳ ଓଡିଶା ସଂପୂର୍ଣ୍ଣ ଧ୍ବସ୍ତ ବିଧ୍ବସ୍ତ ହୋଇପଡିଛି । ବାତ୍ୟା ପରବର୍ତ୍ତୀ ପରିସ୍ଥିତି ମୁକାବିଲା ଏବେ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇପଡିଛି । ଏବେ 'ଫନି' ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକୀୟ ସହାୟତା ଦେବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ।

ଫଟୋ ସୌଜନ୍ୟ ANI

ରାଜ୍ୟର ଏହି ଦୁଃଖଦ ପରିସ୍ଥିତିରେ ସହାୟତାର ହାତ ବଢାଇଛି ଭାରତୀୟ ବାୟୁସେନା । ଆଜି ଉତ୍ତର ପ୍ରଦେଶ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାର ବେସ୍ ରୁ ଭାରତୀୟ ବାୟୁସେନାର 3-C130J ର ସ୍ବତନ୍ତ୍ର ବିମାନ ରିଲିଫ ସାମଗ୍ରୀ ଓ ଔଷଧ ବହନ କରି ଭୁବନେଶ୍ବର ଆସୁଛି ।

ଏହା ଭୁବନେଶ୍ବରରେ ପହଞ୍ଚିବା ପରେ ଆବଶ୍ୟକତା ଅନୁଯାୟୀ 'ଫନି' ପ୍ରଭାବିତ ଅଞ୍ଚଳକୁ ରିଲିଫ ପଠାଯିବ । ଏହି ତିନୋଟି ବିମାନରେ ପ୍ରାୟ 45 ଟନର ରିଲିଫ ସାମଗ୍ରୀ ଆସୁଥିବା ଜଣାପଡିଛି ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ABOUT THE AUTHOR

...view details