ଓଡିଶା

odisha

ETV Bharat / briefs

ନିର୍ବାଚନ ହାରିବା ପରେ ମହାତ୍ମା ଗାନ୍ଧୀଙ୍କ ମାର୍ଗରେ ଚାଲିବେ ରାହୁଲ - ideology

ଲୋକସଭା ନିର୍ବାଚନ ହାରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ମାର୍ଗରେ ଚାଲିବାକୁ ଚାହୁଁଛନ୍ତି । ଆଗାମୀ ଦିନରେ ସେ କୌଣସି ପଦ ପାଇଁ ନୁହେଁ ବରଂ ଦଳର ବିଚାରଧାରା ପାଇଁ କାମ କରିବାକୁ ଚାହୁଁଛନ୍ତି ବୋଲି କଂଗ୍ରେସର ୱାର୍କିଂ କମିଟି ବୈଠକରେ କହିଥିଲେ ।

ଫାଇଲ ଫଟୋ

By

Published : May 26, 2019, 9:36 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ନିଜ ପରାଜୟକୁ ସ୍ବୀକାର କରିଛନ୍ତି କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧୀ । ଏଥିପାଇଁ ସେ ନିଜକୁ ଦାୟୀ କରି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ହେଲେ ତାଙ୍କ ଇସ୍ତଫା ପତ୍ରକୁ ଦଳ ପକ୍ଷରୁ ଅଗ୍ରାହ୍ୟ କରାଯାଇଥିଲା ।

ସୂଚନାମୁତାବିକ, କଂଗ୍ରେସର ୱାର୍କିଂ କମିଟିର ବୈଠକରେ ରାହୁଲ କହିଥିଲେ ଯେ, ଆଗାମୀ ଦିନରେ ସେ କୌଣସି ପଦ ପାଇଁ ନୁହେଁ ବରଂ ଦଳର ବିଚାରଧାରା ପାଇଁ କାମ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇଥିଲେ । ସେ କୌଣସି ପଦ ପଦବୀ ପାଇବାକୁ ନୁହେଁ ଜାତି ଓ ଧର୍ମର ଊର୍ଦ୍ଧ୍ବକୁ ଯାଇ ବିଚାରଧାରା ଏବଂ ଲୋକଙ୍କ ହିତ ପାଇଁ ଲଢୁଥିଲେ ।

ଉକ୍ତ ବୈଠକରେ ରାହୁଲ ଦଳର ବରିଷ୍ଠ ନେତାଙ୍କ ଉପରେ ମଧ୍ୟ ଅଭିଯୋଗ ଆଣିଥିଲେ । ତାଙ୍କ କହିବାନୁଯାୟୀ, ନିର୍ବାଚନରେ ଦଳର ବରିଷ୍ଠ ନେତାମାନେ ନିଜ ନିଜର ପୁଅଙ୍କୁ ଟିକେଟ୍ ଦେବାକୁ ଚାପ ପକାଇଥିଲେ । ତେବେ ରାହୁଲ ଉକ୍ତ କଥାରେ ସେ କାହାର ନାମ ଉଠାଇନଥିବାବେଳେ ତାଙ୍କ ସ୍ପଷ୍ଟ ଜଣାପଡୁଥିଲା ଯେ, ସେ ସିଧାସଳଖ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସିଏମ ଅଶୋକ ଗେହଲଟ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରଙ୍କୁ ଟାର୍ଗେଟ କରିଥିଲେ ।

ଅପରପକ୍ଷେ ରାଫେଲ ଦୁର୍ନୀତି ମାମଲାକୁ ଜୋରଦାର କରିବାରେ ଅସଫଳ ଥିଲେ ଦଳୀୟ ନେତା । ଯାହାକୁ ନେଇ ରାହୁଲ ଅସନ୍ତୋଷ ଥିବା ଦେଖିବାକୁ ମିଳିଥିଲା ।

For All Latest Updates

ABOUT THE AUTHOR

...view details