ଓଡିଶା

odisha

ETV Bharat / briefs

ଟିମରେ ସୁଯୋଗ ମିଳିବା ନେଇ ଶାହାଙ୍କ ସ୍ପଷ୍ଟୀକରଣ - Wriddhiman saha

ରିଦ୍ଧିମାନ ଶାହା 38ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଓ 1,251 ରନ ସଂଗ୍ରହ କରିଛନ୍ତି । ୱିକେଟ ପଛରେ 103ଟି ଆଉଟ ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ...

Wriddhiman saha
Wriddhiman saha

By

Published : May 22, 2021, 4:42 PM IST

କୋଲକାତା: ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହାଙ୍କ କ୍ରିକେଟ କ୍ୟାରିୟର ଏବେ ଚର୍ଚ୍ଚାରେ । ମହେନ୍ଦ୍ର ସିଂ ଧୋନି କ୍ୟାପଟେନ ଥିବାବେଳେ ବର୍ଷ 2011 ଇଂଲଣ୍ଡ ଗସ୍ତ ସମୟରେ ଟିମରେ ସ୍ଥାନ ମିଳିବା ନେଇ ଯେଉଁ ସମସ୍ୟା ଥିଲା, ଶାହାଙ୍କ ପାଇଁ ଗୋଟିଏ ଦଶନ୍ଧି ପରେ ମଧ୍ୟ କିଛି ପରିବର୍ତ୍ତନ ହୋଇନି ।

2014ରେ ମଧ୍ୟ ସ୍ଥିତି ଅପରିବର୍ତ୍ତିତ ରହିଥିଲା ଓ ସାଥୀ ଖେଳାଳିଙ୍କ ପାଇଁ ଶାହାଙ୍କୁ ବ୍ୟାଟ, ଡ୍ରିଙ୍କ୍ସ ଓ ଟାୱଲ ନେଇ ପଡିଆକୁ ଯିବାରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ବର୍ଷ 2021ରେ ମଧ୍ୟ ସମାନ ସ୍ଥିତି ରହିଛି, ନିଜ କଳାରେ ଦକ୍ଷ ହୋଇଥିଲେ ମଧ୍ୟ ଋଷଭ ପନ୍ତଙ୍କୁ ସୁଯୋଗ ମିଳିବା ସମ୍ଭାବନା ଅଧିକ ରହିଛି । ଫଳରେ ଡ୍ରେସିଂ ରୁମରେ ସାହାଙ୍କୁ ଅପେକ୍ଷା କରିବାକୁ ହେବ ।

ଇଂଲଣ୍ଡ ଗସ୍ତ ପୂର୍ବରୁ ମୁମ୍ବାଇରେ ଟିମର ଜୈବ ସୁରକ୍ଷା ବଳୟରେ ଯୋଗ ଦେବା ଅବସରରେ ରିଦ୍ଧିମାନ କହିଛନ୍ତି, "ପ୍ରଦର୍ଶନ ଭଲ ନହେଲେ, ସମାଲୋଚନାର ଶିକାର ହେବାକୁ ପଡେ, ସେଥିପାଇଁ ଯେବେ ବି ସୁଯୋଗ ମିଳିଛି, ଭଲ ପ୍ରଦର୍ଶନ ପାଇଁ ପ୍ରୟାସ କରିଛି ।"

ତେବେ ସାହା କହିଛନ୍ତି, ଭାରତ ପାଇଁ ଖେଳିବା ସବୁଠୁ ବଡ ପ୍ରେରଣା । ଯଦି ସୁଯୋଗ ମିଳେ, ତେବେ ସୌଭାଗ୍ୟର କଥା । ଏଯାବତ ସାହା 38ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଓ 1,251 ରନ ସଂଗ୍ରହ କରିଛନ୍ତି । ଏଥିମଧ୍ୟରେ ୱିକେଟ ପଛରେ 103ଟି ଆଉଟ ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details