ଭୁବନେଶ୍ବର: 'ଫନି' ତାଣ୍ଡବରେ ଧରାଶାୟୀ ହୋଇଛି ଓଡିଶା । ରାଜ୍ୟରେ ଫନିର ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ସରକାରୀ ସ୍ତରରେ ଆକଳନ କରିବା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ ସିଂହ ।
ଚାଷ ଜନିତ କ୍ଷୟକ୍ଷତି: 14 ଜିଲ୍ଲାର 88 ବ୍ଲକ ବାତ୍ୟା ଫନି ଦ୍ବାରା ପ୍ରଭାବିତ ହୋଇଥିବା କ୍ଷୟକ୍ଷତି ରିପୋର୍ଟରେ ଆସିଛି । ଏହି କ୍ରମରେ 1 ଲକ୍ଷ 52ହଜାର 985 ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି । ଯେଉଁଥିରୁ 33 ପ୍ରତିଶତରୁ କମ ଫସଲ ରହିଛି । ସେହିପରି 36,898 ହେକ୍ଟର ଚାଷ ଜମି ଜଳସେଚିତ ଏବଂ 72,786 ହେକ୍ଟର ଜମି ବର୍ଷା ପ୍ଲାବିତ ରହିଛି । ତନ୍ମଧ୍ୟରୁ 12,277 ହେକ୍ଟର ଜମିର ନଡ଼ିଆ ଓ ଆମ୍ବ ଚାଷ ନଷ୍ଟ ହୋଇଛି । ଯେଉଁଥିରେ ପାନ, କଦଳୀ, କାଜୁ ଭଳି ଫସଲ ସାମିଲ ରହିଛି । ମୋଟ କ୍ଷତିପୂରଣ ପାଇଁ 145.45 କୋଟି ଟଙ୍କାର ଆବଶ୍ୟକତା ରହିଛି । ଏନେଇ ରାଜସ୍ବ, କୃଷି ବିଭାଗ ଅଧିକାରୀ ଯୁଗ୍ମ ବିଭାଗ ପକ୍ଷରୁ ଯାଞ୍ଚ ଚାଲିଥିବା ନେଇ ପ୍ରାଥମିକ ରିପୋର୍ଟ ଆସିଛି ।
ସ୍ବାସ୍ଥ୍ୟ: ରାଜ୍ୟର 5 ଜିଲ୍ଲା ଯଥା ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ଆଦି ଜିଲ୍ଲାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । 703 ମେଡିକାଲ ରିଲିଫ ସେଣ୍ଟର ଏନେଇ କାର୍ଯ୍ୟ କରୁଛି । 371ଟି ଆନୁଷ୍ଠାନିକ ଡେଲିଭରି ହୋଇଛି । 10, 544 ଆହତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ଆଶ୍ରୟସ୍ଥଳୀରେ ସବୁ ପ୍ରକାର ଔଷଧ ମହଜୁଦ ରହିଛି । 4ଟି ଟିମ ଜଳବାହିତ ଓ ଭୂତାଣୁ ଜନିତ ରୋଗ ଉପରେ ନଜର ରଖିଛନ୍ତି ।