ଭୁବନେଶ୍ବର: କାଳବୈଶାଖୀର ପ୍ରଭାବରେ 3 ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ଏନେଇ ସତର୍କ ସୂଚନା ଜାରି କରିଛନ୍ତି ପାଣିପାଗ ବିଭାଗ ।
ପାଣିପାଗ ପୂର୍ବାନୁମାନ: କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା - alert
ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା । ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବର୍ଷା ସହ ଘଡଘଡି ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
![ପାଣିପାଗ ପୂର୍ବାନୁମାନ: କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା](https://etvbharatimages.akamaized.net/etvbharat/images/768-512-3069954-thumbnail-3x2-weather.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ସେହିପରି ରବିବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା 6.30ରେ ବର୍ଷା ସହ ଘଡଘଡି ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ କାଳବୈଶାଖୀର ରୂପ ନେଇଛି । ଏହି କ୍ରମରେ ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 37.5 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସନ୍ଧ୍ୟା 7 ଟାରୁ ପୂର୍ବ ଓଡିଶାର ବିଭିନ୍ନ ସ୍ଥାନ ଯଥା ରାଜଧାନୀ ଭୁବନେଶ୍ୱର, କଟକରେ ପ୍ରବଳ ବର୍ଷା ହୋଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ
Last Updated : Apr 22, 2019, 8:14 AM IST