ଭୁବନେଶ୍ବର: ଗତ କିଛିଦିନ ହେଲା ବିହାରରେ ଆତଙ୍କ ଖେଳାଇଥିବା ଚମକି ଜ୍ଜର (ଏନ୍ସେଫାଲାଇଟିସ) ଏବେ ଭୟଙ୍କର ଭାବେ ବିହାରରେ ମାଡି ଚାଲିଛି ।
ଗତ 20ଦିନ ଭିତରେ ଶତାଧିକ ଶିଶୁଙ୍କ ଜୀବନ ନେଲାଣି ଏହି ଜ୍ବର । ରୋଗର ଭୟାବହ ବ୍ୟାପୁଥିବାରୁ ଓଡିଶା ସରକାର ଆଜି ଆଗୁଆ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏନେଇ ଖାଦ୍ୟ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।