ଓଡିଶା

odisha

ETV Bharat / briefs

ନର୍ସଙ୍କ ଟିକଟକ୍ ଭିଡିଓ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏସଏନସିୟୁରେ ନର୍ସଙ୍କ ଟିକଟକ୍ ଭିଡିଓ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ରିପୋର୍ଟ ଆସିବା ପରେ ବିଧବଦ୍ଧ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

By

Published : Jun 28, 2019, 2:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏସଏନସିୟୁରେ ନର୍ସଙ୍କ ଟିକଟକ୍ ଭିଡିଓ ଘଟଣା । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଟିକଟକ୍ ଭିଡିଓ ସଂକ୍ରାନ୍ତ ରିପୋର୍ଟ ମଗାଯାଇଛି । ଏନେଇ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି ।

ଘଟଣାରେ ଆଇନ ଉଲ୍ଲଙ୍ଘନ ହୋଇଛି କି ନା ସେ ନେଇ ତଦନ୍ତ ଛାଲିଛି । ଏହା ଏକ ଗୁରୁତ୍ବପୂର୍ଣ୍ଣ ଘଟଣା । ଭବିଷ୍ୟତରେ ଯେପରି ଏମିତି ଘଟଣାର ପୁନରାବୃତ୍ତି ହୁଏ ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ । ରିପୋର୍ଟ ଆସିବା ପରେ ବିଧବଦ୍ଧ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ମାଲକାନଗିରି ମେଡିକାଲ ଏସଏନସିୟୁ ଭିତରେ 3 ଜଣ ନର୍ସ ଖୁଲମଖୁଲା ଟିକଟକ ଭିଡିଓ କରି ମସ୍ତି କରୁଥିବା ଘଟଣା ସାରା ରାଜ୍ୟ ହଇଚଇ ସୃଷ୍ଟି ହୋଇଛି । କାର୍ଯ୍ୟରତ ଅବସ୍ଥାରେ କେମିତି ପିଲାକୁ ଧରି ଭିଡିଓ ପ୍ରସ୍ତୁତ କରାଗଲା ସେନେଇ ନର୍ସଙ୍କ ଉପରେ ଆଙ୍ଗୁଳି ଉଠିଛି।

ଭୁବନେଶ୍ୱରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details