କୋରାପୁଟ: ବୈପାରୀଗୁଡା ଥାନା ଅନ୍ତର୍ଗତ ଚେରେକା ପଞ୍ଚାୟତରେ ଗୋଷ୍ଠୀ ସଂଘର୍ଷ । ବୁଧବାର ରାତିରେ ଚେରେକା ପଞ୍ଚାୟତର ବୋରେଇଗୁଡା ଓ ଭକ୍ତରାମଗୁଡା 2 ଗାଁ ମଧ୍ୟରେ କୌଣସି କଥାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ କୁନ୍ଦୁରା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସଂଘର୍ଷରେ ଅନ୍ୟ ଜଣେ ଗୁରୁତର ଗୁପ୍ତ ପୂଜାରୀଙ୍କୁ ପ୍ରଥମେ କୁନ୍ଦୁରା ପରେ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗୁରୁବାର ସକାଳେ ଜୟପୁର ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ଉକ୍ତ ଘଟଣାର ତଦନ୍ତ କୋରାପୁଟ ଆରକ୍ଷୀ ଅଧିକ୍ଷକ କେଭି ସିଂ କରୁଛନ୍ତି । ତାଙ୍କ ନେତୃତ୍ବରେ ଜୟପୁର ଏସଡିପିଓ ସାଗରିକା ନାଥ ଏବଂ ବୈପାରୀଗୁଡା ପୋଲିସ ବୁଧବାର ରାତିରେ ମାମଲାର ଛାନଭିନ କରିଥିଲେ । ଯାଞ୍ଚ ସମୟରେ ବିଏସଏଫଙ୍କ ସାହାଯ୍ୟରେ ଘଟଣାରେ ସମ୍ପୃକ୍ତ ଥିବା 6 ଜଣକୁ ପ୍ରଥମ ଅଟକ ରଖି ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି ।