ଓଡିଶା

odisha

By

Published : Jun 20, 2019, 11:34 AM IST

ETV Bharat / briefs

120 ବାଟାଲିୟନରେ ଶହୀଦ ଅଜିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ

ଜମ୍ମୁ-କାଶ୍ମୀର ପୁଲୱାମା ଆଇଡି ବିସ୍ଫୋରଣରେ ଶହୀଦ ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର ଓଡିଶାରେ ପହଞ୍ଚିବା ପରେ ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର


ଭୁବନେଶ୍ବର: ଜମ୍ମୁ-କାଶ୍ମୀର ପୁଲୱାମା ଆଇଡି ବିସ୍ଫୋରଣରେ ଶହୀଦ ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା । ଏହାପରେ ଶହୀଦଙ୍କ ପାର୍ଥିବ ଶରୀରକୁ 120 ବାଟାଲିୟନକୁ ନିଆଯାଇଥିଲା । ସେଠାରେ ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ପରେ ରାଜ୍ୟପାଳ ଗଣେଶୀ ଲାଲ ସକାଳ 5.30ରେ ଶହୀଦ ଅଜିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଭିଡିଓ ସୌଜନ୍ୟ: ଏଏନଆଇ

ଏହି ସମୟରେ ରାଜଧାନୀର ବରିଷ୍ଠ ବ୍ୟକ୍ତି ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଶହୀଦଙ୍କ ପାର୍ଥିବ ଶରୀରକୁ ଢେଙ୍କାନାଳ ପଠାଇ ଦିଆଯାଇଥିଲା । ଜନ୍ମମାଟିରେ ଶହୀଦ ଅଜିତଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details