ଓଡିଶା

odisha

ETV Bharat / briefs

ଖାସ ଅନ୍ଦାଜରେ ‘ଆର୍ଥ ଡେ’ ପାଳୁଛି ଗୁଗଲ - earth day

ଆର୍ଥ ଡେ 2019 ଆଜିର ଦିନକୁ ମନାଇବା ପାଇଁ ଗୁଗଲ ଏକ ଖାସ ଆନିମେଟେଡ ଡୁଡଲ କରିଛି । ଏହି ଡୁଡଲରେ ପୃଥିବୀରେ ଥିବା କିଛି ସ୍ବତନ୍ତ୍ର ଜୀବ ଏବଂ ବୃକ୍ଷଲତାଙ୍କୁ ଦେଖା ଯାଇଛି । ଏହାକୁ ନେଇ ଗୁଗଲ ମଧ୍ୟ ଖାସ ଡୁଡଲ ଆନିମେସନ ମାଧ୍ୟମରେ ସେଲିବ୍ରେଟ କରିଛି ଆର୍ଥ ଡେ।

ସୋସିଆଲ ମିଡିଆ:ଗୁଗୁଲ

By

Published : Apr 22, 2019, 12:33 PM IST

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡ ଅନେକ ରୋଚକ ଜୀବଜନ୍ତୁ ଏବଂ ବୃକ୍ଷଲତାଙ୍କ ସମ୍ଭାର । ପ୍ରକୃତିର ଏହି ସୁନ୍ଦର ଅମୂଲ୍ୟ ଉପହାରକୁ ନେଇ ସାରା ଦୁନିଆରେ ଏପ୍ରିଲ 22 ଦିନକୁ ଆର୍ଥ ଡେ(ପୃଥିବୀ ଦିବସ) ରୂପରେ ପାଳନ କରାଯାଏ। ଅନେକ ଜୀବଜନ୍ତୁଙ୍କୁ ନେଇ ପୃଥିବୀ ଗଠିତ ହୋଇଥିବାବେଳେ ରହିଛି ଅନେକ ରୋଚକ ତଥ୍ୟ । ଏହାକୁ ନେଇ ଗୁଗଲ ମଧ୍ୟ ଖାସ ଡୁଡଲ ଆନିମେସନ ମାଧ୍ୟମରେ ସେଲିବ୍ରେଟ କରିଛି ଆର୍ଥ ଡେ।

ଆର୍ଥ ଡେ 2019 ଆଜିର ଦିନକୁ ମନାଇବା ପାଇଁ ଗୁଗଲ ଏକ ଖାସ ଆନିମେଟେଡ ଡୁଡଲ କରିଛି । ଏହି ଡୁଡଲରେ ପୃଥିବୀରେ ଥିବା କିଛି ସ୍ବତନ୍ତ୍ର ଜୀବ ଏବଂ ବୃକ୍ଷଲତାଙ୍କୁ ଦେଖା ଯାଇଛି । ଆମେ ଯେଉଁ ପୃଥିବୀ ଗ୍ରହରେ ବସବାସ କରୁଛୁ ଏହି ଗ୍ରହରେ ରହୁଥିବା ଜୀବ ଓ ବୃକ୍ଷଲତା କେତେ ସୁନ୍ଦର ତାହାକୁ ଗୁଗଲ ଡୁଡଲ ଜରିଆରେ ୟୁଜର୍ସଙ୍କୁ ବାର୍ତା ଦେଇଛି ।

ଡୁଡଲରେ ଏହା ଉପରେ କ୍ଲିକ କରିବା ପରେ ଏବ ଭିଡିଓ ପ୍ଲେ ହେଉଛି । ବୃହତ ଡେଣା ଥିବା ପକ୍ଷୀକୁ ଦେଖାଇବା ସହ ଏଥିରେ ପୃଥିବୀର ସୁନ୍ଦରତାକୁ ବଖାଣିଛି ଗୁଗଲ ଡୁଡଲ।

For All Latest Updates

ABOUT THE AUTHOR

...view details