ଚେନ୍ନାଇ: ସାଧାରଣତଃ ପର୍ବପର୍ବାଣୀରେ ଫୁଲରେ ମନ୍ଦିର ସଜାଯାଇଥାଏ। କିନ୍ତୁ ତାମିଲନାଡୁ କୋଏମ୍ବାଟୁର ମୁଥୁମାରିଆମ୍ମା ମନ୍ଦିରକୁ ସଜାଯାଇଛି କୋଟି କୋଟି ଟଙ୍କାରେ। ତାମିଲ ନବବର୍ଷ ଉପଲକ୍ଷେ କୋଏମ୍ବାଟୁର ମୁଥୁମାରିଆମ୍ମା ମନ୍ଦିରରେ ମାଙ୍କୁ ମୋଟ 4 କୋଟି ଟଙ୍କାରେ ସଜାଯାଇଛି। କେବଳ ଏତିକି ନୁହେଁ ପାଖାପାଖି କୋଟିଏ ଟଙ୍କାର ହୀରାରେ ମଧ୍ୟ ଠାକୁରାଣୀଙ୍କୁ ସଜାଯାଇ ପୂଜା କରାଯାଇଛି। ବିଶ୍ବାସ ରହିଛି ଏଭଳି ପୂଜା କରି ବର୍ଷ ଆରମ୍ଭ କଲେ ସାରା ବର୍ଷ ଭଲରେ କଟିଥାଏ।
5 କୋଟି ଟଙ୍କାରେ ସଜେଇହେଲା ମୁଥୁମାରିଆମ୍ମା ମନ୍ଦିର - money
ମୁଥୁମାରିଆମ୍ମା ମନ୍ଦିରକୁ ସଜାଯାଇଛି 4 କୋଟି ଟଙ୍କାରେ। କେବଳ ଟଙ୍କା ନୁହେଁ ଠାକୁରାଣୀଙ୍କୁ 1କୋଟିର ହୀରା ଅଳଙ୍କାରରେ ପୋତି ପକାଇଛନ୍ତି ଭକ୍ତ। ମୋଟ 5 କୋଟି ଟଙ୍କା ବ୍ୟୟରେ ଏହି ସାଜସଜ୍ଜା ହୋଇଛି।
ଏଥିରେ ଦୁଇଶହ ଟଙ୍କିଆ ନୋଟ ଠାରୁ ଆରମ୍ଭ କରି 2ହଜାର ଟଙ୍କିଆ ନୋଟ ପର୍ଯ୍ୟନ୍ତ ରହିଛି । ପଥାଣ୍ଡୁ(ତାମିଲ ନବବର୍ଷ ) ଅବସରରେ ତାମିଲାନାଡୁବାସୀ ଦିନଟିକୁ ଖୁବ ଆଡମ୍ବରରେ ପାଳିଥାନ୍ତି। ମୁଥୁମାରିଆମ୍ମା ମନ୍ଦିରରେ ପୂଜା କରି ନବବର୍ଷରେ କରିଥାନ୍ତି ନୂଆ ଆରମ୍ଭ । ଏହି ଦିନ ମନ୍ଦିରରେ ଜମେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ। କାହିଁ କେତେ ଦୂରରୁ ଭକ୍ତ ଧାଇଁଆସିଥାନ୍ତି ମାଙ୍କ ଶରଣକୁ।
ଅଳଙ୍କାର ଏବଂ ଟଙ୍କା ଦେଇ ମାଙ୍କୁ ସଜାଇଥାନ୍ତି ଶ୍ରଦ୍ଧାଳୁ। ବିଶେଷ କରି ମା ମୁଥୁମାରିଆମ୍ମା ବର୍ଷାର ଦେବୀ ଲୋକଙ୍କର ବିଶ୍ବାସ ରହିଛି । ତେଣୁ ସମସ୍ତେ ନୂଆ ବର୍ଷରେ ନୂଆ ଆରମ୍ଭ କରିବା ସହ ପରିବାର ଏବଂ ସମାଜର ଶୁଭ ମନାସି ଏଠାରେ ପୂଜା କରିଥାନ୍ତି ।