ଓଡିଶା

odisha

ETV Bharat / briefs

କଂଗ୍ରେସକୁ ସଜାଡିବାକୁ ଅଣ୍ଟାଭିଡିଲେ ମନମୋହନ ସିଂ - CM RAJASTHAN

ନୀତି ଆୟୋଗ ବୈଠକ ପୂର୍ବରୁ ରଣନୀତି ବଦଳାଇଲା କଂଗ୍ରେସ । ସମସ୍ତ କଂଗ୍ରେସ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବୈଠକ କଲେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ।

ଫାଇଲ ଫଟୋ

By

Published : Jun 15, 2019, 3:12 PM IST

ନୂଆଦିଲ୍ଲୀ: ଗତ ସାଧାରଣ ନିର୍ବାଚନରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଗୈରିକ ଦଳ ଆଗରେ ପୁରା ଧରାଶାୟୀ ହୋଇଛି । ଦଳକୁ ପରାଜୟ ଚୋଟ ଏତେ ଜୋରରେ ଲାଗିଛି ଯେ ଦଳ ଆଉ ଅଣ୍ଟା ସଳଖି ଛିଡା ହେବା ପରିସ୍ଥିତିରେ ନାହିଁ । ଦଳର ସଭାପତି ତଥା ସୋନିଆ ନନ୍ଦନ ରାହୁଲ ପରାଜୟ ପରେ ଏକ ପ୍ରକାର ଭାଙ୍ଗି ପଡିଛନ୍ତି ।

ଏହି ସମୟରେ ଦଳର ମାର୍ଗଦର୍ଶକ କୁହାଯାଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବେ ଦଳକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ନିଜେ ମୈଦାନକୁ ଓଲ୍ହାଇଛନ୍ତି । ଗତକାଲି ମନମୋହନ ସିଂ ରାଜ୍ୟସଭାରୁ ଅବସର ଗ୍ରହଣ କଲା ପରେ ଆଜି ଦଳକୁ ସଜାଡିବାକୁ ଅଣ୍ଟା ଭିଡିଛନ୍ତି ।

ଆଜି ଦଳୀୟ କାର୍ଯ୍ୟାଳୟରେ ମନମୋହନ ସମସ୍ତ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଡାକି ଆଲୋଚନା କରିଛନ୍ତି । ସେପଟେ ଆଜି ନୀତି ଆୟୋଗଙ୍କ ବୈଠକ ବସୁଥିବାରୁ ଏହି ବୈଠକ ପୂର୍ବରୁ ମନମୋହନ ଦଳୀୟ ମୁଖ୍ୟମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ମାନେ କେଉଁ ସବୁ ପ୍ରସଙ୍ଗ ନୀତି ଆୟୋଗ ବୈଠକରେ ଉପସ୍ଥାପନା କରିବେ ଏବଂ କି କି ଦାବି ରଖିବେ ସେନେଇ ସମସ୍ତ ଆଲୋଚନା ହୋଇଥିବା କହିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ। ତେବେ ଏହି ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଯୋଗଦେଇନଥିବା ବେଳେ ଅନ୍ୟ ସମସ୍ତ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି ।

କିନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ, ଯାହାକୁ ନେଇ ଚର୍ଚ୍ଚା ଲାଗିରହିଛି । ତେବେ ମନମୋହନ ସିଂଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଥିବାରୁ ସେ ଆଉ ଥରେ କୌଣସି ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପାଇଁ ଚାହୁଁଥିବା ନିର୍ଭରଯୋଗ୍ୟ ସୂତ୍ରର ଜଣାପଡିଛି ।

ABOUT THE AUTHOR

...view details