ଚେନ୍ନାଇ: ଦୁର୍ନୀତି ଅଭିଯୋଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ତାମିଲନାଡୁର ପୂର୍ବତନ ପୋଲିସ ଡିଜିପି ଭି.ଆର. ଲକ୍ଷ୍ମୀନାରାୟଣଙ୍କ ରବିବାର ପରଲୋକ ହୋଇଯାଇଛି । ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ଲକ୍ଷ୍ମୀନାରାୟଣ । ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା । ତାଙ୍କର ଗୋଟିଏ ପୁଅ ଓ 2ଟି ଝିଅ ଅଛନ୍ତି ।
ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ତାମିଲନାଡୁର ପୂର୍ବତନ ଡିଜିପିଙ୍କ ପରଲୋକ - ଇନ୍ଦିରା ଗାନ୍ଧୀ
ଦୁର୍ନୀତି ଅଭିଯୋଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ତାମିଲନାଡୁର ପୂର୍ବତନ ପୋଲିସ ଡିଜିପି ଭି.ଆର. ଲକ୍ଷ୍ମୀନାରାୟଣଙ୍କ 91 ବର୍ଷ ବୟସରେ ପରଲୋକ ହୋଇଛି ।
ଲକ୍ଷ୍ମୀନାରାୟଣ ୧୯୫୧ ବ୍ୟାଚର ଆଇପିଏସ ଅଧିକାରୀ ଥିଲେ । ସେ ମଦୁରାଇରେ ଜଣେ ସହାୟକ ପୋଲିସ ଆରକ୍ଷୀ ଅଧୀକ୍ଷକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର (ସିବିଆଇ) ଯୁଗ୍ମ ନିର୍ଦ୍ଦେଶକ ହୋଇଥିଲେ। ଲକ୍ଷ୍ମୀନାରାୟଣ ସ୍ୱର୍ଗୀୟ ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ଚରଣ ସିଂହ, ମୋରାରଜି ଦେଶାଇ ବ୍ୟତୀତ ଅନେକ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାମ କରିଛନ୍ତି ।
1977ରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରିଥିଲେ । 1985ରେ ତାମିଲନାଡୁର ପୋଲିସ ମହାନିର୍ଦ୍ଦେଶକ ପଦରୁ ଅବସର ନେଇଥିଲେ । ଲକ୍ଷ୍ମୀନାରାୟଣଙ୍କ ସାନ ଝିଅ ରମା ନାରାୟଣଙ୍କ କହିବାନୁଯାୟୀ, ତାଙ୍କ ବାପାଙ୍କ ବିୟୋଗ ନିଜ ବାସଭବନରେ ରବିବାର ରାତି ପାଖାପାଖି 2ଟାରେ ହୋଇଛି । ଜୁନ 25ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।