ଓଡିଶା

odisha

ETV Bharat / briefs

ମତଦାନ ଦେଇ ଉତ୍ସାହିତ ମହିଳା ଭୋଟର

ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ମହିଳା ଭୋଟର । ଆଉ ଏକ ପରିବର୍ତ୍ତନ ଏବଂ ବିକାଶମୂଳକ ରାଜ୍ୟ ଗଠନ କରିବା ଦିଗରେ ଆଗେଇ ଆସିଛନ୍ତି ।

By

Published : Apr 29, 2019, 3:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଚାଲିଛି ଗଣତନ୍ତ୍ରର ମହାପର୍ବ । ଆଜି ଏହି ମହାପର୍ବର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ । ନିଜକୁ ଏହି ମହାପର୍ବରେ ସାମିଲ କରି ବେଶ ଉତ୍ସାହିତ ଭୋଟର । ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର । ମାତ୍ର ଏହି ମତଦାନକୁ ନେଇ ବାଲେଶ୍ବର ଜିଲ୍ଲାର ମହିଳା ଭୋଟର ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ରାଜ୍ୟ ସରକାର ନିର୍ବାଚନରେ ମହିଳାଙ୍କୁ ଗୁରୁତ୍ବ ଦେବାକୁ ଘୋଷଣା କରିଥିବାବେଳେ ମତଦାନ କରି ନେତାଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଏହି ମହିଳା ଭୋଟର । ପ୍ରଚଣ୍ଡ ଖରା ସତ୍ତ୍ବେ ନିଜ ନିଜ ପୋଲିଂ ବୁଥରେ ଧାଡିରେ ଛଡା ହୋଇ ଶାନ୍ତିଶୃଙ୍ଖଳା ସହ ମତଦାନ କରିଛନ୍ତି । ଆଉ ଏକ ପରିବର୍ତ୍ତନ ଏବଂ ବିକାଶମୂଳକ ରାଜ୍ୟ ଗଠନ କରିବା ଦିଗରେ ଆଗେଇ ଆସିଛନ୍ତି । ସେପଟେ ଶୃଙ୍ଖଳିତ ମତଦାନ ପାଇଁ ଭୋଟ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details