ଓଡିଶା

odisha

ETV Bharat / briefs

ନ୍ୟାୟ ଦାବିରେ ମହିଳା କମିଶନଙ୍କ ଦ୍ବାରସ୍ଥ ହେଲେ ପରିବାର - mahila commission

ଦୁଷ୍କର୍ମ ପୀଡିତା ଝିଅର ନ୍ୟାୟ ପାଇଁ ମହିଳା କମିଶନର ଦ୍ବାରସ୍ଥ ହେଲେ ପରିବାର ବର୍ଗ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 17, 2019, 11:54 PM IST

ଭୁବନେଶ୍ବର: ସମ୍ପର୍କୀୟ ଦାଦା ଦ୍ବାରା ନାବାଳିକା ଝିଅ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏଭଳି ଲଜ୍ଜାଜନକ ଅଭିଯୋଗ କୋରାପୁଟ ଜିଲ୍ଲାରୁ ଆସିଛି । ଦୁଷ୍କର୍ମ କରିଥିବା ଦାଦା ଖୁଲମଖୁଲା ଗାଁରେ ବୁଲୁଥିବା ବେଳେ ପୋଲିସ ଚୁପ୍ ବସିଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ତେବେ ନାବାଳିକ ପୀଡିତାଙ୍କୁ ଦୁଷ୍କର୍ମ କରିଛି ୧୭ ବର୍ଷୀୟ ସମ୍ପର୍କୀୟ ଦାଦା । ଘଟଣା ସମ୍ପର୍କରେ କାହା ସମ୍ମୁଖରେ ମୁହଁ ଖୋଲିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛି ଦାଦା । ହେଲେ ନିଜ ଝିଅକୁ ନ୍ୟାୟ ଦେବା ପାଇଁ ବାରମ୍ବାର ପୋଲିସର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ । ମାତ୍ର ଏସପିଙ୍କ ନିକଟରେ ହାରି ଯାଇଛି ପରିବାର। ଏବେ ଶେଷ ଆଶା ନେଇ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆଉ ଏଥିପାଇଁ କୋରାପୁଟରୁ ରାଜଧାନୀକୁ ଆସିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ ପୀଡିତା ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ସେ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ସମ୍ପର୍କୀୟ ଦାଦା ଏକ କାର ଯୋଗେ ଘରେ ଛାଡ଼ି ଦେବାକୁ କହି ଦୁଷ୍କର୍ମ କରିଥିଲା । ଯଦି ଘଟଣା ସମ୍ପର୍କରେ ନାବାଳିକା ଯଦି ଘରେ କିମ୍ବା ବାହାରେ ମୁହଁ ଖୋଲିଲେ ଜୀବନରୁ ମାରିଦେବି । ଘଟଣାକୁ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ପରେ ମଧ୍ୟ ନ୍ୟାୟ ନମିଳିବାରୁ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ସେଠାରୁ ହାରିବା ପରେ ଶେଷରେ ନ୍ୟାୟ ପାଇଁ ମହିଳା କମିଶନଙ୍କ ନିକଟରେ ଗୁହାରି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details