ଓଡିଶା

odisha

ETV Bharat / briefs

ଏଣିକି ରାଜଧାନୀର ଏଣ୍ଟ୍ରି ପଏଣ୍ଟରେ ହେବ କଡା ଚେକିଂ

ରାଜଧାନୀର ଏଣ୍ଟ୍ରି ପଏଣ୍ଟରେ ଆରମ୍ଭ ହୋଇଛି ଜୋରଦାର ଚେକିଂ । କମିଶନରେଟ ପୋଲିସ ମୁଖ୍ଯାଳୟରେ ସମସ୍ତ ଥାନା ଅଧିକାରୀଙ୍କ ସହ ବୈଠକ କଡା ନିର୍ଦ୍ଦେଶ ଜାରି କରିଛନ୍ତି ଡିସିପି ।

By

Published : Apr 21, 2019, 6:13 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆକ୍ସନ ମୁଡରେ କମିଶନରେଟ ପୋଲିସ । ଏଣିକି ରାଜଧାନୀର ଏଣ୍ଟ୍ରି ପଏଣ୍ଟରେ ଆରମ୍ଭ ହୋଇଛି ଜୋରଦାର ଚେକିଂ । ସମସ୍ତ ଥାନା ଅଧିକାରୀଙ୍କ ସହ କମିଶନରେଟ ପୋଲିସ ମୁଖ୍ୟାଳୟରେ ବୈଠକ ପରେ ଭୁବନେଶ୍ବର ଡିସିପି ଏହି କଡା ନିର୍ଦ୍ଦେଶ ଜାରି କରିଛନ୍ତି ।

ସହରର ମୁଖ୍ୟ ଚେକିଂ ପଏଣ୍ଟ ଗୁଡିକ ମଧ୍ୟରେ ଚନ୍ଦ୍ରଶେଖରପୁର, ପଳାଶୁଣି, ଟଙ୍କପାଣି ରୋଡ, ଧଉଳି ଛକ, ଖୋର୍ଦ୍ଧା, ଜଟଣୀ, ଖଣ୍ଡଗିରି ଆଦି ସ୍ଥାନ ସାମିଲ ରହିଛି । କମିଶନରେଟ ପୋଲିସର ଏହି ନିର୍ଦ୍ଦେଶ ପରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜୋରଦାର ଚେକିଂ ଆରମ୍ଭ କରିଛନ୍ତି ଚନ୍ଦ୍ରଶେଖପୁର ପୋଲିସ । ଦୁଇ ଚକିଆଠାରୁ ଆରମ୍ଭ କରି ଚାରି ଚକିଆ ପର୍ଯ୍ୟନ୍ତ ସମସ୍ତ ଯାନ ଗୁଡିକୁ କଡାକଡି ଚେକିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ ସମସ୍ତ ଯାନବାହାନ ଗୁଡିକ ଉପରେ କଡା ନଜର ରଖିଛି କମିଶନରେଟ ପୋଲିସ । ଏଥିସହିତ ସହର ଭିତରେ ଯେପରି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେ ନେଇ କଡା ନିର୍ଦ୍ଦେଶ ଦିଆଯାଇଛି ।

ଭୁବେନଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details