ଓଡିଶା

odisha

ETV Bharat / briefs

ପ୍ରଥମ ଥର ସାଇବର ପ୍ରତିବନ୍ଧକ ଲଗାଇଲା ୟୁରୋପୀୟ ସଂଘ

ୟୁରୋପୀୟ ସଂଘ ସାଇବର ଆକ୍ରମଣ ଉପରେ ପଦକ୍ଷେପ ନେଇଛି। ରୁଷର ସାମରିକ ଏଜେଣ୍ଟ, ଚାଇନାର ସାଇବର ଗୁପ୍ତଚର ଓ ଉତ୍ତର କୋରିଆ ସଂସ୍ଥା ସମେତ ଅନେକ ସଂଗଠନ ବିରୋଧରେ ୟୁନିୟନ ଅନେକ ଅଭିଯୋଗ ଆଣିଛି।

By

Published : Aug 1, 2020, 11:46 AM IST

ପ୍ରଥମ ଥର ସାଇବର ପ୍ରତିବନ୍ଧ ଲଗାଇଲା ୟୁରୋପୀୟ ସଂଘ
ପ୍ରଥମ ଥର ସାଇବର ପ୍ରତିବନ୍ଧ ଲଗାଇଲା ୟୁରୋପୀୟ ସଂଘ

ନୂଆଦିଲ୍ଲୀ: ୟୁରୋପୀୟ ସଂଘ ସାଇବର ଆକ୍ରମଣ ଉପରେ ପଦକ୍ଷେପ ନେଇଛି। ରୁଷର ସାମରିକ ଏଜେଣ୍ଟ, ଚାଇନାର ସାଇବର ଗୁପ୍ତଚର ଓ ଉତ୍ତର କୋରିଆ ସଂସ୍ଥା ସମେତ ଅନେକ ସଂଗଠନ ବିରୋଧରେ ୟୁନିୟନ ଅନେକ ଅଭିଯୋଗ ଆଣିଛି।

ୟୁରୋପୀୟ ସଂଘ ରୁଷର GRU ମିଲିଟାରୀ ଇଣ୍ଟେଲିଜେନ୍ସ ଏଜେନ୍ସି ସମେତ 6 ଜଣ ଓ 3 ଗୋଷ୍ଠୀ ଉପରେ ପ୍ରତିବନ୍ଧକ ଲଗାଇଛି। ୟୁରୋପୀୟ ୟୁନିଅନର ମୁଖ୍ୟାଳୟ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ସେମାନେ 2017 ‘ୱାନା କ୍ର୍ରାଏ’ ରାନ୍ସୱେୟାର, ‘ନୋଟପେଟ୍ୟା’ ମାଲୱେୟାର ଓ ‘କ୍ଲାଉଡ୍ ହପର୍’ ସାଇବର ଗୁପ୍ତଚର କାର୍ଯ୍ୟ ପାଇଁ ଦାୟୀ ।

ୟୁରୋପୀୟ ୟୁନିଅନର ବୈଦେଶିକ ନୀତି ମୁଖ୍ୟ ଜୋସେପ ବୋରେଲ ଗୁରୁବାର କହିଛନ୍ତି ଯେ, ଏହି ନିଷେଧାଦେଶ ଅନୁଯାୟୀ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା, ସମ୍ପତ୍ତି ଜବତ କରିବାର ବ୍ୟବସ୍ଥା ରହିଛି। ଏହା ଅଧୀନରେ ଅଭିଯୁକ୍ତ ତଥା ଅନୁଷ୍ଠାନକୁ ଟଙ୍କା ଯୋଗାଇ ନଦେବା ବ୍ୟବସ୍ଥା ରହିଛି। ଏହି ପରିପ୍ରେକ୍ଷୀରେ, ରୁଷର 4 ଜଣଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ GRUର ସଦସ୍ୟ ଅଟନ୍ତି ।

ଏହି ରୁଷର ନାଗରିକମାନଙ୍କ ବିରୋଧରେ ନେଦରଲ୍ୟାଣ୍ଡର ରାସାୟନିକ ସଂଗଠନକୁ ନିଷିଦ୍ଧ କରିବା କିମ୍ବା OPCWର ୱାଇ-ଫାଇ ନେଟୱାର୍କକୁ ହ୍ୟାକ୍ କରିବା ଅଭିଯୋଗ ରହିଛି। ଏହି ସଂଗଠନ ସିରିୟାରେ ରାସାୟନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ଉପରେ ଅନୁସନ୍ଧାନ କରୁଛି। ତେବେ 2018 ରେ ୱାଇ-ଫାଇ ନେଟୱାର୍କ ଉପରେ ହୋଇଥିବା ଆକ୍ରମଣକୁ ନେଦରଲ୍ୟାଣ୍ଡ କର୍ତ୍ତୃପକ୍ଷ ବିଫଳ କରିଥିଲେ।

ୟୁକ୍ରେନର ପାୱାର ଗ୍ରୀଡ ଉପରେ ସାଇବର ଆକ୍ରମଣ 2015 ଓ 2016ରେ ଘଟିଥିଲା ​। ଅପରେସନ୍ କ୍ଲାଉଡ୍ ହପର୍ ସହିତ ଜଡିତ ଥିବା 2 ଚୀନ ନାଗରିକଙ୍କ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।

ABOUT THE AUTHOR

...view details