ଓଡିଶା

odisha

ETV Bharat / briefs

ଟ୍ରେନରେ ଥାଇ କରି ପାରିବେ ଚୋରି ଅଭିଯୋଗ - train

ଆମେମାନେ କିଛି ନିୟମ କାନୁନ୍‌ ବିଷୟରେ ଅଜଣା ରହିଥିବାରୁ ଅନେକ ସୁବିଧାରୁ ବଞ୍ଚିତ ହୋଇଥାଉ । ସେହିପରି ରେଳଯାତ୍ରାରେ ଏକ ସୁବିଧା ରହିଛି । ଟ୍ରେନ୍‌ରୁ ଯଦି ଆମମାନଙ୍କର ଜିନିଷ ଲୁଟ୍‌ ହୋଇଯାଏ କିମ୍ବା କୌଣସି ଜିନିଷ ହଜି ଗଲେ ତାହାଲେ ଆପଣ ଟ୍ରେନ ଭିତରେ ଥାଇ ପୋଲିସ ନିକଟରେ ଅଭିଯୋଗ ଦାଏର କରି ପାରିବେ।

ଫଟୋ ସୌଜନ୍ଯ:ସମ୍ବାଦଦାତା, ଭୁବନେଶ୍ବର

By

Published : Jun 1, 2019, 11:41 PM IST

ଭୁବନେଶ୍ବର: ଟ୍ରେନ ଭିତରେ ରହିଛି ଅଭିଯୋଗ ବା ଏଫଆଇଆର ଦେବାର ସୁବିଧା ସୁଯୋଗ। ଯେଉଁ ସ୍ଥାନରେ ଘଟଣାଟି ଘଟିଛି ସେହି ନିକଟସ୍ଥ ଜିଆରପି ଥାନାରେ ଅଭିଯୋଗ କରିବାକୁ ପଡିବ ନାହିଁ ଆପଣଙ୍କୁ । ଏଥିପାଇଁ ଆପଣଙ୍କୁ କୋଚ ଭିତରେ ଡ୍ଯୁଟିରେ ଥିବା ଟିଟି ନଚେତ ଟ୍ରେନ କଣ୍ଡକ୍ଟରଙ୍କ ଜରିଆରେ ଏଫଆଇଆର କପି ମାଧ୍ଯମରେ କରିପାରିବେ ଅଭିଯୋଗ। ଏପରି ସୁବିଧାର ସଦୁପଯୋଗ କଲେ ଯାତ୍ରୀଙ୍କ ଟେନସନରୁ ମୁକ୍ତି ଦେବ ବୋଲି ଭୁବନେଶ୍ବର ଷ୍ଟେସନ ମାଷ୍ଟର କହିଛନ୍ତି।

ତେବେ ଅଭିଯୋଗ ପାଇଁ ଏଥିପାଇଁ ମିଳୁଛି ଏକ ଫର୍ମାଟ ବା ଟ୍ରେନ ଏଫଆଇଆର। ଯେଉଁଥିରେ ଆପଣଙ୍କ ହଜିଯାଇଥିବା ଓ ଚୋରି ହୋଇଥିବା ଜିନିଷ ସମ୍ପର୍କରେ ତଥ୍ଯ ଦେବା ସହ ନିଜ ନାମ ,ଠିକଣା, ଯାତ୍ରା ଗନ୍ତବ୍ଯ ସ୍ଥଳ ଓ ମୋବାଇଲ ନମ୍ବର ସହ ଇମେଲ ଠିକଣା ,ଟ୍ରେନ ନାମ ଓ ପିଏନଆର ନମ୍ବର ଆଦି ତଥ୍ଯ ପ୍ରଦାନ କରିବାକୁ ପଡିବ । ଫଳରେ ସେହି ଅଭିଯୋଗ ଯେଉଁ ସ୍ଥାନରେ ଘଟଣାଟି ଘଟିଛି ସେହି ନିକଟସ୍ଥ ଜିଆରପି ଥାନାରେ ଅଭିଯୋଗ ପହଞ୍ଚି ଯିବ । ଏହାପରେ ଆପଣଙ୍କ ପାଖକୁ ଆସିବ ପୋଲିସଙ୍କ ଫୋନ କଲ୍‌।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ଭୁବନେଶ୍ବର

ଫଳରେ ଆପଣଙ୍କ ସହ ହୋଇଥିବା ଘଟଣା ସମ୍ପର୍କରେ ପୋଲିସ ଅଧିକାରୀଙ୍କୁ ଜଣାଇ ପାରିବେ ଓ ଆପଣ ତଦନ୍ତରେ ସହଯୋଗ କରିପାରିବେ। ଏହି ବ୍ୟବସ୍ଥା ଫଳରେ କୌଣସି ଯାତ୍ରୀଙ୍କୁ ଟ୍ରେନ ଯାତ୍ରାରେ କୌଣସି ସମସ୍ଯା ସାମ୍ନା କରିବାକୁ ପଡିବ ନାହିଁ। ତେବେ ଏଭଳି ସୁବିଧା ରହିଥିଲେ ମଧ୍ଯ ଅନେକ ଯାତ୍ରୀ ଏ ସମ୍ପର୍କରେ ଅବଗତ ନାହାନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details