ଓଡିଶା

odisha

ETV Bharat / briefs

କିସିଣ୍ଡା ଥାନାରେ ଦୁଇ ଅଧିକାରୀ ହାତାହାତି ଅଭିଯୋଗ ! - PUBLIC SAMBALPUR

ଥାନା ଭିତରେ ଥାନା ଅଧିକାରୀଙ୍କ ମଧ୍ୟରେ ହାତାହାତି ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ଜିଲ୍ଲାରେ ଏବେ ଲାଗି ରହିଛି ଚର୍ଚା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : May 27, 2019, 10:00 PM IST

ସମ୍ବଲପୁର: ଥାନା ଭିତରେ ପୋଲିସ ବାବୁଙ୍କ ଯୁକ୍ତିତର୍କ । ଛୁଟି ଆବେଦନକୁ ନେଇ କିସିଣ୍ଡା ଥାନା ମଧ୍ୟରେ ଦୁଇ ପୋଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଅଭିଯୋଗ ହୋଇଛି । ଆଉ ଏହି ଘଟଣା ଏବେ ଥାନାର ଚାରି କାନ୍ଥ ମଧ୍ୟରୁ ବାହାରି ଜିଲ୍ଲା ପୋଲିସ ମୂଖ୍ୟାଳୟରେ ନିକଟରେ ପହଞ୍ଚିଛି । ଏହି ଘଟଣାରେ ହସ୍ତକ୍ଷେପ କରି ଏସପି ସଞ୍ଜୀବ ଆରୋରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାସହ ଥାନା ଏଏସଆଇ ବିଶ୍ବଜିତ ପାଣିଗ୍ରାହୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନା ମୁତାବକ କିସିଣ୍ଡା ଥାନା ଏଏସଆଇ ବିଶ୍ବଜିତ ପାଣିଗ୍ରାହୀ ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଛୁଟି ଆବେଦନ କରିଥିଲେ । କିନ୍ତୁ ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଛୁଟି ମଞ୍ଜୁର କରିନଥିବା ସୂଚନା ମିଳିଛି । ଛୁଟି ମଞ୍ଜୁର କରିବା ପରିବର୍ତ୍ତେ ବିଶ୍ବଜିତଙ୍କ ଆବେଦନକୁ ଚିରିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଥିଲା । ମାତ୍ର ଏଏସଆଇ ପାଣିଗ୍ରାହୀ ଏହାକୁ ବିରୋଧ କରିଥିବା ଜଣାଯାଏ । ତେବେ ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିବା କୁହାଯାଉଛି ।ସେପଟେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ ସଞ୍ଜୀବ ଆରୋରା ।

ସେପଟେ ସ୍ଥାନୀୟ ଅଞ୍ଚଳରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଭିଡିଓରେ କିସିଣ୍ଡା ଥାନାର ଜଣେ ପୋଲିସ ଅଧିକାରୀ ଜଣେ ଯୁବକଙ୍କ ଠାରୁ ଲାଞ୍ଚ ନେଉଥିବାର ଦେଖାଯାଉଛି । ଏହି ଲାଞ୍ଚ କାରବାରକୁ ନେଇ ଯୁକ୍ତିତର୍କ ଲାଗିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଭିଡ଼ିଓର ସତ୍ୟାସତ୍ୟ ଜଣାପଡ଼ିନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details