ଓଡିଶା

odisha

ETV Bharat / briefs

କଂଗ୍ରେସ ଉପରେ ବର୍ଷିଲେ ଶ୍ରୀକାନ୍ତ - FARMER UNION MINISTER

ବାଲେଶ୍ବରରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକଙ୍କୁ ଭୋଟ ନଦେବା ପାଇଁ ସେ ଲୋକଙ୍କୁ ଆହ୍ବନ ଦେଇଛନ୍ତି। ଅଭିଯୋଗ କରିଛନ୍ତି ଯେଉଁ ପରିବାର ଖଣି ଦୂର୍ନୀତି କରି ଛ" ଶହ କୋଟି ଟଙ୍କା ଜରିମାନା ଦେଇଛନ୍ତି ସେହି ପରିବାର ହାତରେ 40 ବର୍ଷ ଧରି ରାଜ୍ୟ କଂଗ୍ରେସ ବନ୍ଧା ପଡିଛି।

ଫଟୋ ସୌଜନ୍ୟ; ସମ୍ବାଦଦାତା, ବାଲେଶ୍ବର

By

Published : Mar 31, 2019, 11:04 AM IST

ବାଲେଶ୍ବର: କିଛି ଦିନର ନୀରବତା ପରେ ପୁଣିଥରେ ସାମ୍ନାକୁ ଆସି କଂଗ୍ରେସ ବିରୋଧରେ ଯୁଦ୍ଧ ଦେହିଂ ଡାକରା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀକାନ୍ତ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସେ ସିଧାସଳଖ କଂଗ୍ରେସକୁ ନିଶାନା କରିଏବେ କଂଗ୍ରେସରେ ପରିବାରବାଦ ଶାସନ ଚାଲିଛି। ତେଣୁ ଏହା ବିରୋଧରେ ଲୋକଙ୍କୁ ସଚେତନ ହେବାପାଇଁ କହିଥିଲେ। ଏହାସହ ବାଲେଶ୍ବରରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକଙ୍କୁ ଭୋଟ ନଦେବା ପାଇଁ ସେ ଲୋକଙ୍କୁ ଆହ୍ବନ ଦେଇ ଅଭିଯୋଗ କରିଛନ୍ତି ଯେଉଁ ପରିବାର ଖଣି ଦୂର୍ନୀତି କରି ଛ" ଶହ କୋଟି ଟଙ୍କା ଜରିମାନା ଦେଇଛନ୍ତି ସେହି ପରିବାର ହାତରେ 40 ବର୍ଷ ଧରି ରାଜ୍ୟ କଂଗ୍ରେସ ବନ୍ଧା ପଡିଛି।

ଶ୍ରୀକାନ୍ତ ଆହୁରି କହିଛନ୍ତି ଯେ କଂଗ୍ରେସ ବିରୋଧରେ ସେ ସାରା ଓଡିଶା ବୁଲି ପ୍ରଚାର କରିବେ ଏବଂ କଂଗ୍ରେସକୁ ଭୋଟ ନଦେବା ପାଇଁ ଲୋକଙ୍କୁ ସଚେତନ କରିବେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details