ଓଡିଶା

odisha

ETV Bharat / briefs

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ବାବା ଗିରଫ

ଗୁଣି ଗାରେଡି ଝଡାଫୁଙ୍କା ନାଁରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ବାବାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

By

Published : Jun 14, 2019, 11:19 AM IST

ଫଟୋ ସୌଜନ୍ୟ : ପ୍ରତିନିଧି, ନୂଆପଡା

ନୂଆପଡା: ଖଡ଼ିଆଳ ଥାନା ଲାଞ୍ଜି ଗାଁରେ ଭଣ୍ଡ ବାବାର କଳା କାରନାମା । ଗୁଣି ଗାରେଡି ଝଡାଫୁଙ୍କା ନାଁରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବାବା ଜଣକ ହେଉଛି ବସନ୍ତ କୁମାର ବଗ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ନୂଆପଡା

ସୂଚନାନୁସାରେ, ଲାଞ୍ଜି ଗାଁ କଟାପଡ଼ାରେ ଚାଲିଥିଲା ନାମଯଜ୍ଞ । ନାମଯଜ୍ଞରେ ଯୋଗଦେବା ପାଇଁ ବଲାଙ୍ଗୀର ଜିଲ୍ଲା ଘୁଟୁପାଲି ଗାଁର ଅଲେଖ ମହିମା ଧର୍ମ ଗ୍ରହଣ କରିଥିବା ବାବା ବସନ୍ତ ଲାଞ୍ଜିଗାଁ କଟାପଡାକୁ ଆସିଥିଲା । ଆଉ ସେଠାରେ ବାବାଙ୍କ ଦୃଷ୍ଟି ପଡିଥିଲା ଜଣେ 16 ବର୍ଷିୟା ନାବାଳିକାଙ୍କ ଉପରେ । ତେବେ ଉକ୍ତ ନାବାଳିକା ଦେହ ଖରାପ ଥିବା ବେଳେ ତାକୁ ଡାହାଣୀ ଲାଗିଥିବା କହି ଝଡାଫୁଙ୍କା ବାହାନାରେ ପରିବାର ଲୋକଙ୍କୁ ଘର ବାହାରେ ରଖି ଘର ଭିତରେ ବାବା ଝିଅକୁ ଝଡାଫୁଙ୍କା କରିଥିଲା ।

ଆଉ ନାବାଳିକା ଝିଅର ସରଳତାର ସୁଯୋଗ ନେଇ ଝିଅକୁ ଅସଦାଚରଣ କରିଥିଲା ଭଣ୍ଡ ବାବା ଜଣକ । ପରେ ପରିବାର ଲୋକେ ନାବାଳିକାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରିବାର ପକ୍ଷରୁ ଏନେଇ ଖଡ଼ିଆଳ ଥାନାରେ କେସ ନମ୍ବର 146/2019 ରେ ଏକ ମାମାଲା ରୁଜୁ ହୋଇଥିଲା । ନାବାଳିକାଙ୍କ ଅଭିଯୋଗ ଆଧାରରେ ଆଜି ବାବାକୁ କୋର୍ଟ ଚାଲାଣ କରାଯାଇଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details