ଓଡିଶା

odisha

ETV Bharat / briefs

ଇଟିଭି ଭାରତର ମହାପ୍ରଭାବ: ଶୀତଲଙ୍କୁ ମିଳିବ ନୂଆ ଜୀବନ - bhadrak

ଗତ 11 ମାସ ଧରି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ମେଧାବୀ ଛାତ୍ରୀ ଶୀତଲଙ୍କ ଅସହ୍ୟ ଯନ୍ତ୍ରଣାର ଖବର ଗଣମାଧ୍ୟମ ସଂସ୍ଥା 'ଇଟିଭି ଭାରତ'ରେ ପ୍ରକାଶ ପାଇବା ପରେ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛି ପ୍ରଶାସନ । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ ବିଧାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଭୁବନେଶ୍ୱର ଏମ୍ସରେ ଆରମ୍ଭ ହୋଇଛି ଚିକିତ୍ସା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 23, 2019, 11:21 PM IST

ଭଦ୍ରକ: ଇଟିଭି ଭାରତକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କଲେ ଭଦ୍ରକ ବିଧାୟକ। ବଢ଼ାଇଲେ ସହାୟତାର ହାତ। ଗତ 11 ମାସ ଧରି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ମେଧାବୀ ଛାତ୍ରୀ ଶୀତଲଙ୍କୁ ଚିକିତ୍ସା କରିବା ପାଇଁ ସାଙ୍ଗରେ ନେଇ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଆଜି ପହଞ୍ଚିଛନ୍ତି ଭୁବନେଶ୍ବର ସ୍ଥିତ ଏମ୍ସ ମେଡିକାଲ କଲେଜରେ । ତେବେ ସୂଚନା ଅନୁସାରେ, ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ ବିଧାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶୀତଲଙ୍କ ପ୍ରତି ସହାୟତାର ହାତ ବଢିଛି । ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣା ସହିନପାରି ମୃତ୍ୟୁ ସହ ସଂଗ୍ରାମ କରି ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ମାଗୁଥିବା ଶୀତଲଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ନେଇ ଆଶା ସଞ୍ଚାର ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ତେବେ ସେଠାରେ ତାଙ୍କୁ ଏଚ୍ ବ୍ଲକ 12 ନମ୍ବର ବେଡରେ ଭର୍ତ୍ତି କରାଯାଇଛି। ଡାକ୍ତର ସୁଧାଂଶୁ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଉଭୟ ଅର୍ଥୋପେଡିକ ଏବଂ ସର୍ଜରୀ ବିଭାଗର ଡାକ୍ତର ମାନେ ଶୀତଲଙ୍କ ଚିକିତ୍ସା ଆରମ୍ଭ କରିଥିବା ତାଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି।

ସୂଚନା ଯୋଗ୍ୟ, ଗତବର୍ଷ ଭଦ୍ରକ 16 ନମ୍ବର ଜାତୀୟ ରାଜପଥରେ ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଥିଲା । ସ୍କୁଲରୁ ଛୁଟି ହୋଇ ଘରକୁ ଫରୁଥିବା ଛାତ୍ରଛାତ୍ରୀଙ୍କୁ ପଛପଟୁ ମାଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ସେହି ଘଟଣା ସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିଲେ । ପାଞ୍ଚ ଜଣଙ୍କ ମଧ୍ୟରୁ ଚାରି ଜଣ ସୁସ୍ଥ ହୋଇଥିବା ବେଳେ ସେଥିମଧ୍ୟରୁ ଶୀତଲ ଆଜି ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ଅଷ୍ଟମ ଶ୍ରେଣୀରେ ପଢୁଥିବା ଶୀତଲ ନିଜ ଆଖି ଆଗରେ ବଡ ଭଉଣୀ ଶ୍ଵେତାର ମୃତ୍ୟୁକୁ ଦେଖି ସାରିଥିବା ବେଳେ ଆଜି ନିଜେ ଚିକିତ୍ସା ଅଭାବରୁ ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଇଚ୍ଛାମୃତ୍ୟୁ ପାଇଁ ନିଷ୍ପତ୍ତି ନେଇଥିଲା । ଗଣମାଧ୍ୟମ ସଂସ୍ଥା 'ଇଟିଭି ଭାରତ'ରେ ଖବର ପ୍ରକାଶ ପାଇବା ପରେ ଆଜି ଶୀତଲ୍ ସାହୁଙ୍କୁ ତାଙ୍କ ଘରୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଆଡମିଶନ କରିଛନ୍ତି ବିଧାୟକ ସଞ୍ଜୀବ ମଲ୍ଲିକ ।

ଭଦ୍ରକରୁ ଦେବାଶିଷ ମହାପାତ୍ର ଓ ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details