ଓଡିଶା

odisha

ETV Bharat / briefs

ଚମକି ଜ୍ବର ଆତଙ୍କ: ସୁପ୍ରିମକୋର୍ଟରେ ଆଉ ଏକ ଜନସ୍ୱାର୍ଥ ମାମଲା ଦାଖଲ - supreme court

ବିହାରରେ ଆତଙ୍କ ଖେଳାଉଥିବା ଚମକି ଜ୍ବରକୁ ନେଇ ଗୁରୁବାର ଆଉ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି। ଏଥିରେ ଏହି ରୋଗର କାରଣ ଖୋଜିବା ସହ ଏଥିରେ ପୀଡିତ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଆବେଦନ କରାଯାଇଛି।

ଫାଇଲ ଫଟୋ

By

Published : Jun 20, 2019, 1:23 PM IST

ନୂଆଦିଲ୍ଲୀ: ବିହାରରେ ଦିନକୁ ଦିନ ବଢିବାରେ ଲାଗିଛି ଚମକି ଜ୍ବର ଆତଙ୍କ । ବର୍ତ୍ତମାନ ସୁଦ୍ଧା ଏହି ମାରାତ୍ମକ ରୋଗରେ 100ରୁ ଉର୍ଦ୍ଧ୍ବ ପିଲାଙ୍କ ମୃତ୍ୟୁ ଘଟିଛି । ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ଦେଶରେ ଭୟର ଆତଙ୍କ ଖେଳିଯାଇଛି । ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ପୁଣି ଥରେ ଆଉ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି । ଓକିଲ ଶିବ କୁମାର ତ୍ରିପାଠୀ ଏହି ଆବେଦନ କରିଛନ୍ତି।

ଉକ୍ତ ଯାଚିକାରେ ଏକ ଅଭିଜ୍ଞ ଡାକ୍ତରୀ ଟିମ ଗଠନ କରିବାକୁ ଆବେଦନ ହୋଇଛି । ଯେଉଁ ରିପୋର୍ଟରେ ଚମକି ଜ୍ବର ବ୍ୟାପିବାର କାରଣ ଖୋଜି ତିନି ମାସ ମଧ୍ୟରେ ଏହାର ରିପୋର୍ଟ ସୁପ୍ରିମକୋର୍ଟରେ ଦେବାକୁ ଆବେଦନ କରାଯାଇଛି । ଏଥିସହିତ କାହାର ବେପରୁଆ ମନୋଭାବ ଯୋଗୁଁ ଏତେ ସଂଖ୍ୟକ ପିଲାଙ୍କ ମୃତ୍ୟୁ ହୋଇଛି ତାହାର ତଦନ୍ତ କରିବାକୁ ମଧ୍ୟ ଦାବି ହୋଇଛି ।

ଚମକି ରୋଗରେ ପୀଡିତ ପିଲାଙ୍କୁ ତତ୍କାଳ ମେଡିକାଲ ସୁବିଧା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଓ ବିହାର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏହା ମାଧ୍ୟମରେ ଆବେଦନ କରାଯାଇଛି । ଖାଲି ସେତିକି ନୁହେଁ ଉକ୍ତ ରୋଗରେ ପୀଡିତ ଶିଶୁଙ୍କୁ ମାଗଣା ଚିକିତ୍ସା ସହ ତୁରନ୍ତ ଅଭିଜ୍ଞ ଡାକ୍ତରୀ ଟିମ ଏବଂ ମେଡିସିନ ଯୋଗାଇ ଦିଆଯିବାକୁ କୁହାଯାଉଛି ।

ସୂଚନାଯୋଗ୍ୟ, ବିହାରରେ ଆକ୍ୟୁଟ ଏନ୍‌ସେଫାଲାଇଟିସ ସିଣ୍ଡ୍ରୋମ(ଏଇଏସ୍‌)ରେ ବର୍ତ୍ତମାନ ସୁଦ୍ଧା 168 ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ମାରାତ୍ମକ ରୋଗ ଉପରେ ରୋକ ଲଗାଇବାକୁ ବିହାର ସରକାରକୁ କଡା ପଦକ୍ଷେପ ଗ୍ରହଣ କରିବାକୁ ବୁଧବାର ପାଟନା ଉଚ୍ଚତମ ନ୍ୟାୟଳୟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା ।

ABOUT THE AUTHOR

...view details