ଭୁବନେଶ୍ବର: ବିଧାନସଭାରେ ଆରମ୍ଭ ହେଲା ବିଦ୍ୟୁତ ସମ୍ପର୍କିତ ମୁଲତବୀ ନୋଟିସ। ବିରୋଧୀ ମୁଲତବୀ ନୋଟିସ ଆଣିଥିଲେ । ଏନେଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରେ ଉତ୍ତର ରଖିଛନ୍ତି ।
ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ସବୁ ଦିଗକୁ ଅନୁଧ୍ୟାନ କରି ଦର ନିୟନ୍ତ୍ରଣ କରିଥାଏ OERC। 7 ବର୍ଷ ପରେ ଦର ବଢିଲା। କୃଷକ, ବିପିଏଲ ପରିବାରଙ୍କ ପାଇଁ ଦର ବୃଦ୍ଧି ହୋଇନାହିଁ। 50 ୟୁନିଟରୁ ଅଧିକ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଦର ବୃଦ୍ଧି ହୋଇଛି। ସେ ପୁଣି ୟୁନିଟ ପିଛା ମାତ୍ର 20 ପଇସା ବୃଦ୍ଧି କରାଯାଇଛି।