ବ୍ରହ୍ମପୁର: ସାଧାରଣ ନିର୍ବାଚନ ଯେତେ ନିକଟତର ହେଉଛି ପ୍ରଚାର ମଧ୍ୟ ସେତେ କମ୍ପୁଛି । ଭୋଟରଙ୍କ ମନ ଜିଣିବା ପାଇଁ ପ୍ରାର୍ଥୀ ବିଭିନ୍ନ ପନ୍ଥା ଅବଲମ୍ବନ କରୁଥିବାବେଳେ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ବ୍ରହ୍ମପୁର ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ବ୍ରହ୍ମପୁର ଜଣାଶୁଣା ନେତା ତଥା ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମେୟର ଶିବ ଶଙ୍କର ।
ସୂଚନା ଅନୁସାରେ ଶିବ ଶଙ୍କର ପ୍ରଥମେ ବିଜେଡି କର୍ପୋରେଟର ଭାବେ ବିଜୟୀ ହୋଇ ମେୟର ହୋଇଥିଲେ । ପରର୍ବତ୍ତୀ ସମୟରେ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜୟ ହୋଇଥିଲେ । ପରେ ତାଙ୍କୁ ବିଭିନ୍ନ ମାମଲାରେ ଅଭିଯୁକ୍ତ ଦର୍ଶାଇ ଜେଲ ପଠାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଶିବ ଶଙ୍କରଙ୍କ ପତ୍ନୀ ।