ଯାଜପୁର: ଆସନ୍ତା ମେ' ୨୩ ତାରିଖରେ ୨୦୧୯ ଲୋକସଭା ନିର୍ବାଚନର ହେବ ଭୋଟ ଗଣତି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ଭୋଟ ଗଣତିରେ ସାମିଲ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିଲା ।
ଭୋଟ ଗଣତି ପାଇଁ ଯାଜପୁରରେ ତାଲିମ ଶିବିର ଅନୁଷ୍ଠିତ - votes
୨୦୧୯ ଲୋକସଭା ନିର୍ବାଚନର ଭୋଟ ଗଣତି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ଭୋଟ ଗଣତିରେ ସାମିଲ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିଲା ।
ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର
ମାଷ୍ଟର ଟ୍ରେନର ମାନଙ୍କୁ କିପରି ଗଣନ ପ୍ରକ୍ରିୟାରେ ତ୍ୱରାନ୍ବିତ କରାଯିବ ଏବଂ ସଠିକ୍ ଭାବେ ଗଣନ କରାଯିବ ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା । ପ୍ରଥମେ ପୋଷ୍ଟାଲ ବାଲାଟ୍ ଭୋଟିଂରେ ଗଣତି ହେବ । ଏଥିସହିତ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ୫ଟି ବୁଥରେ ଭିଭିପାଟ ଓ ଇଭିଏମ ଭୋଟିଂକୁ ଯାଞ୍ଚ କରାଯିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ ଏପ୍ରିଲ ୨୯ ତାରିଖ ଚତୁର୍ଥ ପର୍ଯ୍ୟାୟରେ ଜିଲ୍ଲାର ୧୬୨୦ଟି ବୁଥରେ ମତଦାନ ଅନୁଷ୍ଠିତ ହୋଇଥିଲା।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ