ବ୍ରହ୍ମପୁର:ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହେବ ଡୋର ଟୁ ଡୋର ସ୍କ୍ରିନିଂ । ପ୍ରଥମେ କେଉଁ ଅଞ୍ଚଳରେ ହେବ ତାହା ପ୍ରଶାସନ ପକ୍ଷରୁ ଘୋଷଣା କରାଯିବ । ତେବେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସମୟରେ ସମସ୍ତେ ସହଯୋଗ କରିବା ସହ କେହି କୌଣସି ଲକ୍ଷଣ ନ ଲୁଚାଇବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।
ଗଞ୍ଜାମର ସହରାଞ୍ଚଳରେ ଆସନ୍ତାକାଲିଠୁ ହେବ ଡୋର ଟୁ ଡୋର ସ୍କ୍ରିନିଙ୍ଗ୍ ସେପଟେ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ପହଞ୍ଚିସାରିଥିବାବେଳେ ଏହା ଆଜି ଠାରୁ ଆରମ୍ଭ ହେବ ।
ଗଞ୍ଜାମର ସହରାଞ୍ଚଳରେ ଆସନ୍ତାକାଲିଠୁ ହେବ ଡୋର ଟୁ ଡୋର ସ୍କ୍ରିନିଙ୍ଗ୍ ଦୋକାନୀ ଯଦି ସାମାଜିକ ଦୂରତ୍ୱ ନିୟମକୁ ଉଲଙ୍ଘନ କରିବେ, ତେବେ ପାଞ୍ଚ ହଜାର ଟଙ୍କା ଜୋରିମାନା ସହ ୧୫ ଦିନ ପାଇଁ ଉଲଙ୍ଘନକାରୀଙ୍କ ଦୋକାନ ସିଲ୍ କରାଯିବ ।
ଗଞ୍ଜାମର ସହରାଞ୍ଚଳରେ ଆସନ୍ତାକାଲିଠୁ ଡୋର ଟୁ ଡୋର ସ୍କ୍ରିନିଙ୍ଗ୍ ଦ୍ବିତୀୟ ଥର ପୁଣି ଯଦି ଉଲଙ୍ଘନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହେବା ସହ ଏକ ମାସ ପାଇଁ ସଂପୃକ୍ତ ଦୋକାନକୁ ବନ୍ଦ କରାଯିବ ବୋଲି ଜିଲ୍ଲାପାଳ ଟ୍ବିଟ କରି ଜଣାଇଛନ୍ତି । ସେହିପରି ଜିଲ୍ଲାରେ ଗାଡି ଚଳାଚଳକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରାଯିବ । କେବଳ କୃଷି ଭିତ୍ତିକ, ପରିବହନ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା କ୍ଷେତ୍ରରେ ଗାଡି ଚଳାଚଳ କରାଯିବ ବୋଲି ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ