ଓଡିଶା

odisha

ETV Bharat / briefs

ବଢୁଛି ଅର୍କିଡ ଚାହିଦା, ଉତ୍ପାଦନ ପାଇଁ ତତ୍ପର ଗବେଷକ

ସୌଖୀନ ଫୁଲ ଅର୍କିଡ। ଯେମିତି ସୁନ୍ଦର, ସେମିତି ଔଷଧୀୟ ଗୁଣ ସମ୍ପନ୍ନ । ଏପରିକି ଫୁଲର ବ୍ୟବସାୟିକ କ୍ଷେତ୍ରରେ ଏହାର ଚାହିଦା ଅଧିକ । ଏବେ ଅର୍କିଡର ଲକ୍ଷାଧିକ ଉତ୍ପାଦନ କରିବା ପାଇଁ ଉଦ୍ୟମ ଚଳାଇଛି ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ।

By

Published : Apr 12, 2019, 2:31 PM IST

Updated : Apr 12, 2019, 3:47 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବଜାରରେ ବଢୁଛି ଫୁଲର ଚାହିଦା । ସେ ବାହାଘର ହେଉ କି ବ୍ରତଘର ସବୁଥିରେ ଫୁଲର ଆବଶ୍ୟକତା ପଡିଥାଏ । ଏମିତି ଏକ ସୌଖୀନ ଫୁଲ ହେଉଛି ଅର୍କିଡ । ଦେଖିବାକୁ ଯେମିତି ସୁନ୍ଦର, ସେମିତି ଔଷଧୀୟ ଗୁଣ ସମ୍ପନ୍ନ । ଏପରିକି ଫୁଲର ବ୍ୟବସାୟିକ କ୍ଷେତ୍ରରେ ଏହାର ଚାହିଦା ଅଧିକ । କାରଣ ଏହି ଫୁଲ ଅଧିକ ଦିନ ସତେଜ ରହିଥାଏ । ଏବେ ଅର୍କିଡର ଲକ୍ଷାଧିକ ଉତ୍ପାଦନ କରିବା ପାଇଁ ଉଦ୍ୟମ ଚଳାଇଛି ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଟିସୁ କଲଚର ମାଧ୍ୟମରେ ଏକ ହଜାର ପ୍ରଜାତିର ଅର୍କିଡ ଉତ୍ପାଦନର ଲକ୍ଷ୍ୟ ରଖିଛି ଏହି ଗବେଷଣା କେନ୍ଦ୍ର । ଏଥିପାଇଁ ନିଜର ନିରନ୍ତର ପରିଶ୍ରମ ଚଳାଇଛନ୍ତି ଗବେଷକ । ଏଥିସହିତ ଏକ ନୂତନ ପ୍ରଜାତିର ଅର୍କିଡ ଫୁଲ ତିଆରି କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ବିଗତ 7 ବର୍ଷ ମଧ୍ୟରେ ଟିସୁ କଲଚର ଜରିଆରେ 25ଟି ହାଇବ୍ରିଡ ଅର୍କିଡ କରାଯାଇଥିବା ବେଳେ ଆଗାମୀ ଦିନରେ ଏକ ହଜାର ପ୍ରକାରର ଅର୍କିଡ ଫୁଲ ସହ ଉନ୍ନତ ପ୍ରଣାଳୀର ଗବେଷଣା କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖିଛନ୍ତି ଏଠାକାର ବୈଜ୍ଞାନିକ ।

ବିନା ମାଟି ଓ ପାଣିରେ ବଢୁଥିବା ଏହି ଫୁଲ ଅନେକ ସମୟରେ ବଢିବାକୁ ବର୍ଷ ବର୍ଷ ସମୟ ନିଏ ତ ଅନେକ ସମୟରେ କିଛି ମାସ। କିନ୍ତୁ ବ୍ୟବସାୟିକ ଚାହିଦା ଦୃଷ୍ଟିରୁ ଏହା ଅନେକ ଲାଭବାନ ସାବ୍ୟସ୍ତ ହୋଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Apr 12, 2019, 3:47 PM IST

ABOUT THE AUTHOR

...view details