ଓଡିଶା

odisha

By

Published : Sep 8, 2020, 7:48 PM IST

ETV Bharat / briefs

ଆସନ୍ତାକାଲିଠୁ ବ୍ଲୁ ଓ ପିଙ୍କ୍ ଲାଇନରେ ଦିଲ୍ଲୀ ମେଟ୍ରୋ ସେବା ଆରମ୍ଭ

ଆସନ୍ତାକାଲି ଠାରୁ ବ୍ଲୁ ଲାଇନ୍ ଏବଂ ପିଙ୍କ ଲାଇନରେ ପୁନର୍ବାର ଆରମ୍ଭ ହେବ ଦିଲ୍ଲୀ ମେଟ୍ରୋ ସେବା । 171 ଦିନ ପରେ ଦିଲ୍ଲୀ ମେଟ୍ରୋ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ...

କାଲିଠୁ ବ୍ଲୁ ଓ ପିଙ୍କ୍ ଲାଇନରେ ଦିଲ୍ଲୀ ମେଟ୍ରୋ ସେବା ଆରମ୍ଭ
କାଲିଠୁ ବ୍ଲୁ ଓ ପିଙ୍କ୍ ଲାଇନରେ ଦିଲ୍ଲୀ ମେଟ୍ରୋ ସେବା ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ବ୍ଲୁ ଲାଇନ୍ ଏବଂ ପିଙ୍କ ଲାଇନରେ ପୁନର୍ବାର ଆରମ୍ଭ ହେବ ଦିଲ୍ଲୀ ମେଟ୍ରୋ ସେବା । 171 ଦିନ ପରେ ଦିଲ୍ଲୀ ମେଟ୍ରୋ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି । ତେବେ ବ୍ଲୁ ଲାଇନ୍ ଦ୍ୱାରକା ସେକ୍ଟର 21 ଠାରୁ ଇଲେକ୍ଟ୍ରୋନିକ୍ ସିଟି / ଭୈଶାଲି ପର୍ଯ୍ୟନ୍ତ ଏବଂ ପିଙ୍କ୍ ଲାଇନ ମଜଲିସ୍ ପାର୍କରୁ ଶିବ ବିହାର ପର୍ଯ୍ୟନ୍ତ ସେବା ଆରମ୍ଭ କରିବ । ଏହି ଦୁଇଟି ଲାଇନରେ ସେବା ଆରମ୍ଭ ଦ୍ବାରା ମୋଟ 28ଟି ଇଣ୍ଟରଚେଞ୍ଜ ମେଟ୍ରୋ ଷ୍ଟେସନ ମଧ୍ୟରୁ 9ଟିର ଉପଲବ୍ଧତା ନିଶ୍ଚିତ କରିବ ।

ଏହି 9ଟି ଷ୍ଟେସନ ମଧ୍ୟରେ ରାଜୌରୀ ଗାର୍ଡେନ୍, ଦିଲ୍ଲୀ ହାଟ ଆଇଏନ୍ଏ, ମୟୂର ବିହାର ଫେଜ-1, କଡକଡୋଡୁମା, ରାଜୀବ ଛକ, ଯମୁନା ବ୍ୟାଙ୍କ, ଆଇଏସବିଟି ଆନନ୍ଦ ବିହାର, ଆଜାଦପୁର ଏବଂ ସିକନ୍ଦରପୁର ରହିଛି ।

ଏହି ଲାଇନ ବ୍ୟତୀତ ରେଡ ଲାଇନ ରିଠାଲା ଠାରୁ ଶହିଦ ସ୍ଥଲ ନୂଆ ବସ୍ ଆଡ୍ଡା (ଗାଜିଆବାଦ), ଗ୍ରୀନ୍ ଲାଇନ୍ କିର୍ତ୍ତୀ ନାଗର / ଇନ୍ଦ୍ରଲୋକ ଠାରୁ ବ୍ରିଗେଡିୟର୍ ହୋଶିଆର୍ ସିଂ (ବାହାଦୂରଗଡ) ଏବଂ ଭାୟୋଲେଟ୍ ଲାଇନ୍ କାଶ୍ମୀର ଫାଟକରୁ ରାଜ ନାହର ସିଂ (ବଲ୍ଲଭଗଡ) ପର୍ଯ୍ୟନ୍ତ ସେବା ଆରମ୍ଭ ହୋଇଥିଲା।

ABOUT THE AUTHOR

...view details