ଓଡିଶା

odisha

ETV Bharat / briefs

ସୁରକ୍ଷା ଏବଂ ଅପରାଧୀଙ୍କୁ ଦଣ୍ଡ ଦାବିରେ ଡିଆଜିଙ୍କୁ ସ୍ମାରକ ପତ୍ର

ନ୍ୟାୟ ଏବଂ ସୁରକ୍ଷା ଦାବିରେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଦଳିତ ପରିବାର ।

By

Published : Apr 27, 2019, 3:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ସୋରଡା ଥାନା ଗୁଣ୍ଡିରିବାଡି ଗ୍ରାମରେ ୪୦ ଦଳିତ ପରିବାର ବସବାସ କରୁଛନ୍ତି । ସୁରକ୍ଷା ଓ ଅପରାଧିଙ୍କୁ ଦଣ୍ଡ ଦେବା ଦାବିରେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଦଳିତ ପରିବାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନାନୁସାରେ ଗତ ୨୪ ତାରିଖରେ ଗୁଣ୍ଡିରିବାଡି ଗ୍ରାମରେ ଶିବ ନାୟକଙ୍କ ପୁଅର ବାହାଘର ଥିଲା । ଏହି ସମୟରେ ଗ୍ରାମଦେବତୀ ମନ୍ଦିରକୁ ପାଣିତୋଳା ଯାଉଥିଲା । ମାତ୍ର ସେହି ଗାଁର କିଛି ସବର୍ଣ୍ଣ ଲୋକମାନେ ଗଣ୍ଡଗୋଳ କରିବା ସହ ସେହି ରାସ୍ତା ଦେଇ ଶୋଭାଯାତ୍ରା ଯିବାକୁ ବାରଣ କରିଥିଲେ ।

ତେବେ ଏହି ଗଣ୍ଡଗୋଳରେ ଦଳିତ ପରିବାର କେତେକ ବ୍ୟକ୍ତି ଆହାତ ହୋଇଥିଲେ । ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ ସୋରଡା ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜିରେ ଭର୍ତ୍ତି କରାଯାଇଥିଲା । ହେଲେ ଇତିମଧ୍ୟରେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଛାଡି ତାର 4 ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଏଥିସହିତ ଆକ୍ରମଣର ଶିକାର ହୋଇଥିବା ଦଳିତ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଯାହାକୁ ବିରୋଧ କରି ମହିଳା ମାନେ ବ୍ରହ୍ମପୁର ଆସି ଏକ ଲିଖିତପତ୍ର ଡିଆଇଜିଙ୍କୁ ପ୍ରଦାନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details