ଓଡିଶା

odisha

ETV Bharat / briefs

'ଫନି'ର କରାଳ ଗର୍ଜନ ପରେ ନିଶବ୍ଦ ହୋଇଛି କୃଷ୍ଣପ୍ରସାଦ

ଫନିର କରାଳରୂପରେ ପୁରୀ ଜିଲ୍ଲା ଅନେକ ମାତ୍ରାରେ ଛାରଖାର ହୋଇଯାଇଥିବା ବେଳେ ଜିଲ୍ଲାର କୃଷ୍ଣପ୍ରସାଦ ଅଞ୍ଚଳରେ ରହିଯାଇଛି ଫନିର ପଦଚିହ୍ନ । ମୁଣ୍ଡ ଗୁଞ୍ଜିବାକୁ ରହିଥିବା ଘର ମଧ୍ୟ ଭାଙ୍ଗିରୁଜି ଯାଇଥିବା ବେଳେଦୁଃଖକୁ ପଛରେ ପକାଇ ପରିବାରର ସଦସ୍ୟଙ୍କୁ ଆହାର ଦେବା ପାଇଁ ଭଙ୍ଗା ଘରେ ଲାଗିଛି ଚୁଲି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : May 7, 2019, 10:01 AM IST

ପୁରୀ: କିଛି ଘଣ୍ଟାର କରାଳରୂପ ଦେଖାଇ ଛାରଖାର କରିଦେଇଗଲା ସମଗ୍ର ଅଞ୍ଚଳ । ଏବେ କେବଳ ଦୁଃଖ ହିଁ ଦୁଃଖ । ଫନିର ପ୍ରଭାବରେ ରାଜ୍ୟର ପୁରୀ ଜିଲ୍ଲା ଅନେକ ମାତ୍ରାରେ ଛାରଖାର ହୋଇଯାଇଥିବା ବେଳେ ଜିଲ୍ଲାର କୃଷ୍ଣପ୍ରସାଦ ଅଞ୍ଚଳରେ ରହିଯାଇଛି ଫନିର ପଦଚିହ୍ନ । ପବନର ପ୍ରଭାବରେ ବଡ ବଡ ବିଦ୍ୟୁତ ଖୁଣ୍ଟ ରାସ୍ତାଉପରେ ପଡିଯାଇଛି ଆଉ କେଉଁଠି ଅନେକଙ୍କର ଜୀବନ ଜୀବିକା ନଷ୍ଟ ହୋଇଯାଇଛି । ମୁଣ୍ଡ ଗୁଞ୍ଜିବାକୁ ରହିଥିବା ଘର ମଧ୍ୟ ଭାଙ୍ଗିରୁଜି ଯାଇଥିବା ବେଳେ ସବୁ ଦୁଃଖକୁ ପଛରେ ପକାଇ ପରିବାରର ସଦସ୍ୟଙ୍କୁ ଆହାର ଦେବା ପାଇଁ ଭଙ୍ଗା ଘରେ ଚୁଲି ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଫନି ପ୍ରଭାବରେ ରାଜ୍ୟର ରାଜଧାନୀ ସମେତ ଅନେକ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ବ୍ଲକର କୁମାରପୁର ଗ୍ରାମ ଠାରୁ ଆରମ୍ଭ କରି ବ୍ରାହ୍ମଣଦେଓ ଗ୍ରାମର ମୁଖ୍ୟ ରାସ୍ତାରେ ସ୍ପଷ୍ଟ ବାରି ହେଉଥିଲା କ୍ଷୟକ୍ଷତିର ବିଭୀଷିକା । ଏପରିକି ସିପିଆ, ନୂଆପଡା, ମର୍ଦ୍ଧରାଜପୁର, ଅଁଳାକୁଦା ଗ୍ରାମ ଭଳି ଆଖପାଖ ଅଞ୍ଚଳର ବହୁ ଗ୍ରାମର କଚ୍ଚାଘର ନଷ୍ଟ ହେବା ସାଙ୍ଗକୁ ଆଜବେଷ୍ଟସ ଘର ପବନରେ ଭାଙ୍ଗିରୁଜି ଯାଇଛି । କିପରି ପୁଣି ଥରେ ଉଜୁଡା ଘର ସଜାଡିବେ ସେନେଇ ଚିନ୍ତିତ ରହିଛନ୍ତି ଅଞ୍ଚଳବାସୀ । ଏବେ କେବଳ ଅପେକ୍ଷା ସରକାରୀ ସହାୟତାକୁ ।

କେଉଁଠି ଭାଙ୍ଗିପଡିଛି ବିଜୁଳି ଖୁଣ୍ଟ ତ କେଉଁଠି ଓହଳି ରହିଛି ବିଦ୍ୟୁତ ତାର । ବିଦ୍ୟୁତ ବିଭାଗର ଏହି କ୍ଷୟକ୍ଷତିକୁ ଦେଖିଲେ କେବେ ଯେ ଏହା ମରାମତି ହେବ ତାକୁ ନେଇ ଅଞ୍ଚଳବାସୀ ମନରେ ଆଶଙ୍କା । ତେବେ ଗଞ୍ଜାମ ଜିଲ୍ଲାରୁ ଏକ ଟିମ୍ ଯାଇ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ।

ବାତ୍ୟା କେତେ ଯେ ଭୟଙ୍କର ଥିଲା ତାହା ଧୋଇଯାଇଥିବା ମୁଖ୍ୟରାସ୍ତାକୁ ଦେଖିଲେ ସ୍ପଷ୍ଟ ପ୍ରତିୟମାନ ହୁଏ । ଏଥିସହ ରାସ୍ତା ପାର୍ଶ୍ୱରେ ରହିଥିବା ଗଛ ଗୁଡିକ ଭାଙ୍ଗି ରୁଜି ଏକ ପ୍ରକାର ଶ୍ରୀହୀନ ହୋଇପଡିଛି । ବାସହରା ହୋଇପଡିଛନ୍ତି ଅନେକ ପରିବାର । ସବୁଠି କ୍ଷୟକ୍ଷତିର ମାତ୍ରା ଅଧିକ ରହିଥିବା ବେଳେ ଏବେ ସମସ୍ତଙ୍କ ଅପେକ୍ଷା ସରକାରୀ ସହାୟତାକୁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details