ଓଡିଶା

odisha

ETV Bharat / briefs

ଫନିର 10ଦିନ ପରେ ବି ହସ୍ପିଟାଲକୁ ମିଳି ନାହିଁ ବିଦ୍ୟୁତ ସେବା

ସାମୁଦ୍ରିକ ଝଡ ଫନି ଯିବାର 10ଦିନ ବିତିଯାଇଥିଲେ ମଧ୍ୟ ଜଗତସିଂପୁରର ବିଭିନ୍ନ ହସ୍ପିଟାଲକୁ ପହଞ୍ଚିପାରିନି ବିଦ୍ୟୁତ ସେବା । ଫଳରେ ରୋଗୀ ସେବାର ବ୍ୟାଘାତ ହେବା ସହ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ରୋଗୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂପୁର

By

Published : May 13, 2019, 12:12 AM IST

ଜଗତସିଂପୁର: ସାମୁଦ୍ରିକ ଝଡ଼ ଫନି ଯିବାର ଆଜିକୁ 10 ଦିନ ବିତିଯାଇଥିଲେ ମଧ୍ୟ ଜୀବନ ଯାତ୍ରା ସ୍ବାଭାବିକ ହୋଇପାରି ନାହିଁ । ଫନି ତାଣ୍ଡବ ପରେ ସରକାର କହିଲେ ଯଉଠି ଯାହାବି କ୍ଷୟକ୍ଷତି ହୋଇଛି ଆଗ୍ରାଧିକାର ଭିତ୍ତିରେ ସବୁ ପୁନରୁଦ୍ଧାର କରାଯିବ । ଫନି ଚୋଟରେ ବିଶେଷ କରି ଉପକୂଳର ବିଜୁଳି ଭିତ୍ତିଭୂମି ଭୁଷୁଡି ପଡିଥିବା ବେଳେ ସରକାର ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଓ ମେଡିକାଲ ଗୁଡିକୁ ପ୍ରାଥମିକତା ଭିତ୍ତିରେ ବିଜୁଳି ଯୋଗାଇଦେବାକୁ ଘୋଷଣା କରିଥିଲେ ।

ହେଲେ ଫନି ଯିବାର 10 ଦିନ ବିତିଯାଇଥିଲେ ମଧ୍ୟ ଜଗତସିଂପୁର ଜିଲ୍ଲାର ମଣ୍ଡାସାହି ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ପାରିନି ବିଜୁଳି ସେବା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂପୁର

ଯଦ୍ବାରା ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ଅନେକ ସମସ୍ୟା ଦେଖାଯିବା ସହ ରୋଗୀଙ୍କ ଚିକିତ୍ସା ସେବାରେ ବ୍ୟାପକ ଭାବେ ଅସୁବିଧା ଦେଖାଯାଇଛି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଜେନେରେଟର ବ୍ୟବସ୍ଥା ଥିଲେ ମଧ୍ୟ କିରୋସିନ ଅଭାବରୁ ବନ୍ଦ ହୋଇ ପଡିଛି । ଯାହାକୁ ନେଇ ବିରାଟ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ଜିଲା ବିଦ୍ୟୁତ ବିଭାଗ ଅଧିକାରୀ ଜଗଦିଶ ସାହୁ କହିଛନ୍ତି ଆସନ୍ତା କାଲିସୁଧା ମଣ୍ଡାସାହି ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ କରାଯିବ । ତେବେ ଏଠି ପ୍ରଶ୍ନ ଉଠୁଛି ସରକାର ଘୋଷଣା କରିଥିବା ପ୍ରାଥମିକତା ଭିତ୍ତିରେ ହସ୍ପିଟାଲ ମଧ୍ୟରେ ଏହି ମଣ୍ଡାସାହି ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ର ଆସୁନାହିଁକି ? ନା ସରକାର ରାଜଧାନୀର ହସ୍ସିଟାଲ ଗୁଡିକୁ ବିଦ୍ୟୁତ ସଂଯୋଗ ଦେଇ ଦେଇ ନିଜ ଦାୟିତ୍ବ ସାରିଦେଇଛନ୍ତି ।


ଜଗତସିଂପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details