କଟକ: ଜଣେ ମହିଳା ସାମ୍ବାଦିକଙ୍କୁ ଅନୁଭବଙ୍କ ଭାଇ ଅସଦାଚରଣ କରୁଥିବା ନେଇ ଥାନାରେ ଏତଲା ପରେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଗତକାଲି ମହିଳା ଜଣଙ୍କ ଥାନାରେ ଏତଲା ଦେବା ପରେ ଆଜି ଏନେଇ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗର୍ଜିଛି କଟକ ନଗର ବିଜେପି ।
ଅନୁଭବଙ୍କ ବିରୋଧରେ ଗର୍ଜିଲା କଟକ ନଗର ବିଜେପି - OWMEN
କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ତାଙ୍କର ବହିଷ୍କାର ଦାବି କରିଛି କଟକ ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରାପଡା ସାଂସଦ ଥିବା ଅନୁଭବଙ୍କ କୁଶପୁତ୍ତଳିକା ଦାହ କରି ଅନୁଭବଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ