ଓଡିଶା

odisha

ETV Bharat / briefs

ରାଜ୍ୟରେ 24 ଘଣ୍ଟାରେ ସୁସ୍ଥ ହେଲେ 5 ହଜାରରୁ ଉର୍ଦ୍ଧ୍ବ - ସୁସ୍ଥ ହେଲେ 5 ହଜାରରୁ ଉର୍ଦ୍ଧ୍ବ

ରାଜ୍ୟରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଛି । ପ୍ରତିଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟରେ ଗତ 24 ଘଣ୍ଟାରେ 5014 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ
କୋରୋନା ସଂକ୍ରମଣ

By

Published : Apr 30, 2021, 8:34 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଛି । ପ୍ରତିଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟରେ ଗତ 24 ଘଣ୍ଟାରେ 5014 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 385414 ରୋଗୀ ସୁସ୍ଥ ହେଲେଣି ।

ଖୋର୍ଦ୍ଧାରୁ 697, ସୁନ୍ଦରଗଡରୁ 512, ନବରଙ୍ଗପୁରରୁ 405, ନୁଆପଡାରୁ 339, ବରଗଡରୁ 322, କଟକରୁ 293, ପୁରୀରୁ 285, 243 ଝାଡସୁଗୁଡାରୁ, 224 ବଲାଙ୍ଗିରରୁ, 172 ସମ୍ବଲପୁରରୁ , 147 ଯାଜପୁରରୁ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷେ କେନ୍ଦୁଝରରୁ 140, ମୟୂରଭଞ୍ଜରୁ 136, ବାଲେଶ୍ବରରୁ 135, 88 ଗଞ୍ଜାମରୁ, କଳାହାଣ୍ଡିରୁ 78, ଭଦ୍ରକରୁ 73, ନୟାଗଡ଼ରୁ 70, ରାୟଗଡାରୁ 66, ଗଜପତିରୁ 65, ସୋନପୁରରୁ 65, ଅନୁଗୋଳରୁ 61, ଜଗତସିଂହପୁରରୁ 59, କେନ୍ଦ୍ରାପଡାରୁ 48, କୋରାପୁଟରୁ 48, 30 କନ୍ଧମାଳରୁ, 22 ଦେବଗଡରୁ ସୁସ୍ଥ ହୋଇଛନ୍ତି । ସେହପରି ମାଲକାନଗିରିରୁ 20, 16 ଢେଙ୍କାନାଳରୁ, ବୌଦ୍ଧରୁ 10 ଓ ଷ୍ଟେଟ ପୋଲରୁ 145 ସୁସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details