ଭୁବନେଶ୍ବର: ଆଜି(ରବିବାର) ରାଜ୍ୟରେ 137 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ରାଜ୍ୟ ପାଇଁ ଏକ ଶୁଭ ଖବର ଅଟେ। ସକାଳେ ରାଜ୍ୟରେ 264 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ 137 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ 4743 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଭଲ ଖବର: ରାଜ୍ୟରେ ଆଜି ସୁସ୍ଥ ହେଲେ 137 - corona positive in odisha
ଆଜି(ରବିବାର) ରାଜ୍ୟରେ 137 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ରାଜ୍ୟ ପାଇଁ ଏକ ଭଲ ଖବର ଅଟେ।

ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଛି। କିଛି ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଏବେ ରାଜ୍ୟରେ 18 ଟି ଜିଲ୍ଲାରେ 137 ଜଣ ସୁସ୍ଥ ହୋଇଛନ୍ତି।ଗଞ୍ଜାମରେ ସୁସ୍ଥ ହୋଇଛନ୍ତି 33 , ଖୋର୍ଦ୍ଧାରେ 29, କଟକରେ 22, ବାଲେଶ୍ୱରରେ 13, ଯାଜପୁରରେ 9, କଳାହାଣ୍ଡିରେ 6, ଭଦ୍ରକରେ 4, ମୟୁରଭଞ୍ଜ ନୟାଗଡ ଓ ପୁରୀ ରେ 3 ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବୌଦ୍ଧ ବରଗଡ ଝାରସୁଗୁଡା ଓ କେନ୍ଦ୍ରାପଡା ରେ 2 ଜଣ ସୁସ୍ଥ ହୋଇଛନ୍ତି। ଅନୁଗୁଳ ବଲାଙ୍ଗୀର ଜଗତସିଂହପୁର ଓ ନୂଆପଡାରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ସୁସ୍ଥ ସଂଖ୍ୟା 4743 ରେ ପହଁଚିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ